Explore

Search
Close this search box.

Search

September 20, 2024 8:01 pm

tadantnews

ଆଜିଠୁ କେଜି ପିଛା ୪୦ ଟଙ୍କାରେ ମିଳିବ ଟମାଟୋ

ଶସ୍ତା ହେଲା ଟମାଟୋ । ଦରବୃଦ୍ଧି ପାଇଁ ଖାଇବା ଥାଳିରୁ ଟମାଟୋ ହଜି ଯାଇଥିବା ବେଳେ ଜନତାଙ୍କୁ ଆଶ୍ୱସ୍ତି ଦେବେ ସରକାର । ଦେଶର ଅନେକ ସହରରେ ସରକାର ଶସ୍ତାରେ ଟମାଟୋ ବିକ୍ରି କରିବେ । ସରକାରୀ ସଂସ୍ଥା ନାଫେଡ୍ ଓ ଏନସିସିଏଫ୍ ବଜାର ଦର ଠାରୁ କମ୍ ଦାମରେ ଟମାଟୋ ବିକ୍ରି କରୁଛନ୍ତି । ଆଜି ରବିବାର ସରକାର ଟମାଟୋ ଦାମ କମାଇବା ସହ କେଜି ପିଛା ୪୦ ଟଙ୍କାରେ ବିକ୍ରି ପାଇଁ ନିଷ୍ପତ୍ତି ନେଇଛନ୍ତି … Read more

ଇମ୍ରାନଙ୍କୁ ଦୁଇଟି ଅପଶନ ଦେଲା ପାକିସ୍ତାନ ଆର୍ମି, ରାଜନୀତି ଛାଡ ନାହିଁ ତ ମୃତ୍ୟୁ ଦଣ୍ଡ..

ଜେଲରେ ବନ୍ଦ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସମସ୍ୟା କମ ହେବାର ନଜର ଆସୁନାହିଁ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏବେ ପାକିସ୍ତାନ ସେନା(ଆର୍ମି) ଇମ୍ରାନଙ୍କୁ ଦୁଇଟି ବିକଳ୍ପ ଦେଇଛି। ସେନା କହିଛି ଆପଣ ରାଜନୀତି ଛାଡି ଦିଅନ୍ତୁ ନାହିଁ ତ ମୃତ୍ୟୁ ଦଣ୍ଡ ପାଇଁ ପ୍ରସ୍ତୁତ ହୋଇ ଯାଆନ୍ତୁ। ଏମିତି ଦେଖିଲେ ଏବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଏବେ ୨ଟି ବିକଳ୍ପ ରହିଛି।

ରହିବନି ୟୁରିକ୍ ଏସିଡ୍‌ ସମସ୍ୟା ; ଏହି ୫ଟି ପତ୍ର ଦୈନିକ ଖାଆନ୍ତୁ

ଆଜିକାଲିର ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଏବଂ ଭୁଲ ଖାଦ୍ୟପେୟ ଶରୀରରେ ଅନେକ ରୋଗର କାରଣ ହେଉଛି। ୟୁରିକ୍ ଏସିଡ୍ ମଧ୍ୟ ସେସବୁ ମଧ୍ୟରୁ ଗୋଟିଏ। ବାସ୍ତବରେ, ୟୁରିକ୍ ଏସିଡ୍ ଆମ ଶରୀରରେ ଗଚ୍ଛିତ ଏକ ଆବର୍ଜନା ପଦାର୍ଥ। ଶରୀରରେ ପ୍ୟୁରିନ୍ ନାମକ ଏକ ରାସାୟନିକ ପଦାର୍ଥ ଭାଙ୍ଗିବା ଦ୍ୱାରା ଏହାର ସୃଷ୍ଟି ହୋଇଥାଏ। ରକ୍ତରେ ଏହାର ଅତ୍ୟଧିକତା ହେତୁ ଏହା ଗଣ୍ଠିରେ ସ୍ଫଟିକ ଆକାରରେ ଜମା ହେବା ଆରମ୍ଭ କରେ, ଯେଉଁ କାରଣରୁ ରୋଗୀମାନେ ଗଣ୍ଠିଗୁଡିକରେ ଅସହ୍ୟ ଯନ୍ତ୍ରଣା, … Read more

ବିଶେଷ ଯୋଗରେ ପାଳିତ ହେବ ଜନ୍ମାଷ୍ଟମୀ, ଜାଣନ୍ତୁ ଶୁଭ ମୁହୁର୍ତ୍ତ ଓ ପୂଜା ବିଧି

ହିନ୍ଦୁ ଧର୍ମରେ ଜନ୍ମାଷ୍ଟମୀକୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥାଏ। ଚଳିତବର୍ଷ ଜନ୍ମାଷ୍ଟମୀ ପର୍ବ ୬ ସେପ୍ଟେମ୍ବର ବୁଧବାର ପାଳିତ ହେବ। ଚଳିତବର୍ଷ ଜନ୍ମାଷ୍ଟମୀରେ ଅନେକ ବର୍ଷ ପରେ ଏପରି ସଂଯୋଗ ବନିଛି ଯାହା ଅତ୍ୟନ୍ତ ଦୁର୍ଲଭ। ଶ୍ରୀମଦଭାଗବତ ଗୀତା ପୂରାଣ ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ, ବୁଧବାର, ରୋହିଣୀ ନକ୍ଷେତ୍ର ଓ ବୃଷରାଶି ମଧ୍ୟରାତ୍ରରେ ହୋଇଥିଲା। ଚଳିତବର୍ଷ ଜନ୍ମାଷ୍ଟମୀ ଉତ୍ସବ ବୁଧବାର ପାଳିତ ହେଉଛି। ମାନ୍ୟତା ଅନୁସାରେ ଏହି ଦିନ ଶ୍ରୀକୃଷ୍ଣଙ୍କର … Read more

ସୋସିଆଲ ମିଡ଼ିଆ ୟୁଜର୍ସ ସାବଧାନ! ଭୁଲରେ ବି ଯଦି ଏମିତି ହୁଏ କାଟିବାକୁ ପଡିବ କୋର୍ଟର ଚକ୍କର

ସୋସିଆଲ ମିଡିଆର ବ୍ୟବହାର ଓ ପ୍ରଭାବକୁ ନେଇ ଚେତାଇ ଦେଲେ ସୁପ୍ରିମକୋର୍ଟ । ଯଦି କେହି ସୋସିଆଲ ମିଡିଆର କୌଣସି ପ୍ଲାଟଫର୍ମର ବ୍ୟବହାର କରୁଛନ୍ତି, ତେବେ ଏହାର ପ୍ରଭାବକୁ ନେଇ ସଚେତନ ହେବା ଆବଶ୍ୟକ । କାରଣ ସାମାନ୍ୟତମ ଅବହେଳାରୁ ଭୟଙ୍କର ଘଟଣା ଘଟିପାରେ । ଠିକ୍‌ ଏମିତି ଘଟଣା ସାମ୍ନାକୁ ଆସିଛି ତାମିଲନାଡୁରୁ । ସେଠାକାର ଜଣେ ପୂର୍ବତନ ବିଧାୟକ ତଥା ଅଭିନେତାଙ୍କ ଫେସବୁକ୍‌ ଆକାଉଣ୍ଟରୁ ଏକ ଅଶ୍ଲୀଳ ଭିଡିଓ ପୋଷ୍ଟ ହୋଇଥିଲା । ଯାହା … Read more

‘ମଧ୍ୟପ୍ରଦେଶ ରାଜନୀତି’, ସିନ୍ଧିଆଙ୍କୁ ପାଖକୁ ନେଇ ବଡ଼ ଝଟକା ଦେଲା ବିଜେପି !

ଚଳିତ ବର୍ଷ ଶେଷରେ ହେବାକୁ ଥିବା ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ମଧ୍ୟରେ ମଧ୍ୟପ୍ରଦେଶ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି। ୨୦୧୮ ମସିହା ନିର୍ବାଚନରେ ସେଠାରେ କଂଗ୍ରେସ ଜିତି ସରକାର ଗଢ଼ିଥିଲେ ମଧ୍ୟ ନିଜ ଦଳର ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଦ୍ରୋହ ଯୋଗୁ ସରକାର ଭାଙ୍ଗିଥିଲା। ସିନ୍ଧିଆ ନିଜ ସମର୍ଥକ ମାନଙ୍କ ସହ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେବା ସହ କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇଛନ୍ତି। କିନ୍ତୁ ଏ ଭିତରେ ନିର୍ବାଚନ ଆସନ୍ନ ହେଉଥିବାରୁ କିଛି ଭିନ୍ନ … Read more

ସୁପରଷ୍ଟାର ରଜନୀକାନ୍ତ ୟୁପି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ , ଗାଡିରୁ ଓହ୍ଲାଇ ଯୋଗୀଙ୍କ ପାଦ ଛୁଇଁଲେ

ସାଉଥ ସୁପରଷ୍ଟାର ରଜନୀକାନ୍ତ ଏବେ ଚର୍ଚ୍ଚାରେ । ତାଙ୍କ ଅଭିନୀତ ‘ଜେଲର’ ଚଳଚ୍ଚିତ୍ର ବକ୍ସ ଅଫିସରେ ଭଲ ଆୟ କରିବାରେ ସଫଳ ହୋଇଛି । ଦର୍ଶକଙ୍କ ଗହଣରେ ଏବେ କେବଳ ‘ଜେଲର’ ଚର୍ଚ୍ଚା । ଦୀର୍ଘ ଦୁଇ ବର୍ଷ ପରେ ବଡ଼ ସ୍କ୍ରିନ୍‌ରେ ରିଲିଜ ହୋଇଛି ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ । ଜେଲରର ସଫଳତା ପରେ ନିଜ ପତ୍ନୀ ଲତା ରଜନୀକାନ୍ତଙ୍କ ସହ ଚାରଧାମ ଯାତ୍ରା କରିଛନ୍ତି ରଜନୀକାନ୍ତ । ପରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ … Read more

ଚନ୍ଦ୍ରଠାରୁ ୨୫ କିଲୋମିଟର ଦୂରରେ ଭାରତର ଚନ୍ଦ୍ରଯାନ, ଦ୍ବିତୀୟ ଡିବୋଷ୍ଟିଂ ଅପରେସନ ସଫଳ

ଭାରତର ମିଶନ ଚନ୍ଦ୍ରଯାନ -୩ ଚନ୍ଦ୍ରର ଅତି ନିକଟତର ହୋଇଛି। ଇସ୍ରୋ ସଫଳତାର ସହିତ ଦ୍ୱିତୀୟ ଏବଂ ଶେଷ ଡିବୋଷ୍ଟିଂ ଅପରେସନ୍ ସମାପ୍ତ କରିଛି। ଏହି ଅପରେସନ୍ ପରେ ଚନ୍ଦ୍ରଯାନ -୩ ର ଚନ୍ଦ୍ରଠାରୁ ଦୂରତା ଆହୁରି କମିଛି। ଲ୍ୟାଣ୍ଡର୍ ମଡ୍ୟୁଲ୍ ବର୍ତ୍ତମାନ ୨୫ କିଲୋମିଟର x ୧୩୪ କିଲୋମିଟର ଦୂରରେ ଅଛି। ମଡ୍ୟୁଲ୍ ବର୍ତ୍ତମାନ ଆଭ୍ୟନ୍ତରୀଣ ଯାଞ୍ଚ କରିବ ଏବଂ ଅବତରଣ ସ୍ଥାନରେ ସୂର୍ଯ୍ୟୋଦୟ ପାଇଁ ଅପେକ୍ଷା କରିବ।   ଇସ୍ରୋ ଗୋଟାଏ ୫୦ ମିନିଟରେ … Read more