Explore

Search
Close this search box.

Search

September 20, 2024 6:04 pm

tadantnews
LATEST NEWS
Lifestyle

ମାଗଣା ରାସନ ପାଇଁ ଏବେ ହିଁ କରନ୍ତୁ ଆବେଦନ, ନହେଲେ….

Facebook
Twitter
WhatsApp
Email

ଗରିବୀ ସୀମାରେଖା ତଳେ ଥିବା ବ୍ୟକ୍ତିବିଶେଷଙ୍କ ଜୀବନଧାରଣ ମାନ ସୁଧାରିବା ପାଇଁ ଲାଭଦାୟୀ ରାସନ କାର୍ଡ । ଏହି କାର୍ଡ ମାଧ୍ୟମରେ ମାଗଣା ରାସନ ଛଡ଼ା ଅନ୍ୟାନ ସେବାର ଲାଭ ମଧ୍ୟ ଉଠାଇ ପାରିବେ ରାସନ କାର୍ଡଧାରୀ ।ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ଲୋକଙ୍କୁ ସାହାଯ୍ୟ ମିଳୁଛି । ଦେଶରେ କୌଣସି ଗରିବଙ୍କ ପେଟ ଯେପରି ଖାଲି ରହିବ ନାହିଁ ତାହାକୁ ଧ୍ୟାନରେ ରଖି ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି ।

ବର୍ତ୍ତମାନ ରାସନ କାର୍ଡଧାରୀଙ୍କ ସରକାର ଏକ ନୂଆ ତାଲିକା ଜାରି କରିଛନ୍ତି। ଏହି ତାଲିକାରେ ଆପଣ ଜାଣିବେ କେଉଁ ବ୍ୟକ୍ତିଙ୍କୁ ରାସନ ସୁବିଧା ଯୋଗାଇ ଦିଆଯିବ। ତେବେ ଯଦି ଆପଣଙ୍କ ରାସନ କାର୍ଡ ହଜି ଯାଇଛି କିମ୍ବା ନଷ୍ଟ ହୋଇଯାଇଛି । ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।

ଯଦି ଆପଣଙ୍କର ରାସନ କାର୍ଡ ନାହିଁ ତେବେ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ତେବେ ସହଜରେ ଆପଣ ଆବଶ୍ୟକୀୟ ଦସ୍ତାବିଜ ସହିତ ପ୍ରସ୍ତୁତ ଏକ ରାସନ କାର୍ଡ ପାଇପାରିବେ, ଯେଉଁଥିପାଇଁ ଆପଣଙ୍କୁ ଜନ ସେବା କେନ୍ଦ୍ରକୁ ଯିବାକୁ ପଡ଼ିବ।ରାସନ କାର୍ଡ ଆବେଦନ କରିବାର ନିର୍ଦ୍ଦିଷ୍ଟ ମାନଦଣ୍ଡ ରହିଛି । ଖାଦ୍ୟ, ସାର୍ବଜନୀନ କାର୍ଯ୍ୟ ଏବଂ ଉପଭୋକ୍ତା ବ୍ୟାପାର ବିଭାଗର ଅଫିସିଆଲ୍ ୱେବସାଇଟ୍‌ରେ ଲଗ୍‌ ଇନ୍‌ କରନ୍ତୁ । ଆବଶ୍ୟକ ଦସ୍ତାବିଜ ପ୍ରଦାନ କରି ଆବେଦନ ଫର୍ମ ପୂରଣ କରି ଆପଣ ରାସନ କାର୍ଡ ପାଇଁ ପୁନଃ ଆବେଦନ କରିପାରିବେ । ପୁନଃ ଆବେଦନ ନକଲେ ରାସନ କାର୍ଡ କଟି ଯାଇପାରେ ।

ଅଫଲାଇନ୍‌ ମଧ୍ୟ ଆପଣ ରାସନ କାର୍ଡ ପାଇଁ ଆବେଦନ କରି ପାରିବେ । ରାସନ କାର୍ଡ ଆବଶ୍ୟକ କରୁଥିବା ବ୍ୟକ୍ତି ଉପଭୋକ୍ତା ବ୍ୟାପାର ବିଭାଗର ଅଫିସିଆଲ୍ ୱେବସାଇଟ୍‌ର ଅଫିସିଆଲ୍‌ ନମ୍ବରରେ ଏକ SMS ପଠାଇ ପାରିବେ । ଏହାପରେ ପୁନଃ ଏକ ଫରସ୍ତ SMS ପ୍ରାପ୍ତ ହେବ । ଏହି SMSରେ ଅଫଲାଇନ୍‌ ଆବେଦନର ସମସ୍ତ ପକ୍ରିୟା ଉଲ୍ଲେଖ ରହିଛି ।ରାସନ କାର୍ଡ ଏକ ଉପଯୁକ୍ତ ଠିକଣା ପ୍ରମାଣ ପତ୍ର ତଥା ପରିଚୟ ପ୍ରମାଣ ପତ୍ର ଭଳି କାର୍ଯ୍ୟ କରେ । ଯେଉଁମାନଙ୍କ ଅନ୍ୟ ସରକାର ଦସ୍ତାବିଜ୍‌ ନଥିବ ସେମାନେ ଏଥିପାଇଁ ଆବେଦନ କରି ପାରିବେ । ଫଳରେ ସମସ୍ତ ରାସନ ମାଗଣାରେ ପାଇ ପାରିବେ ।

Tadant News
Author: Tadant News

Leave a Comment