ଜାନୁଆରୀ ୧୫ ତାରିଖ ରେ ପଉଷ ମାସର ସଂକ୍ରାନ୍ତି , ଅର୍ଥାତ ମକର ସଂକ୍ରାନ୍ତି l ଏହିଦିନ ସୂର୍ଯ୍ୟ ଦେବ ଧନୁ ରାଶିରୁ ମକର ରାଶି କୁ ଗୋଚର କରିବେ l ଏହିଦିନ ଟି ସାରା ଭାରତ ବର୍ଷର ସମସ୍ତ ହିନ୍ଦୁ ଧର୍ମ ରେ ଖୁବ ଯାକଜମକ ରେ ପାଳିତ ହୋଇଥାଏ l ଏହିଦିନ ସୂର୍ଯ୍ୟ ଦେବ ଉତରାୟଣ ଗମନ କରନ୍ତି l ଏବଂ ଆମ ଭାରତରେ ଏହି ଦିନ ଠାରୁ ଦିନ ବଡ଼ ହୋଇଥାଏ l ଶାସ୍ତ୍ର ଅନୁସାରେ ମକର ସଂକ୍ରାନ୍ତି ର ୬ ଟି ରହସ୍ୟ ଶ୍ରୀମଦ ଭଗବତ ଗୀତା ରେ ଲୁଚି ରହିଛି l
* ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସୂର୍ଯ୍ୟ ଏହିଦିନ ପୂର୍ବ ରୁ ନୁହେଁ ଐସାନ୍ୟ କିମ୍ବା ଅଗ୍ନେୟ କୋଣ ରୁ ଉଦୟ ହୋଇ ଗମନ କରି ଥାଆନ୍ତି ପୂର୍ବ କୁ l
* ଭଗବାନ ଶ୍ରୀକୃଷ୍ଣ ଉତରାୟଣ ର ମହତ୍ୱ ଶ୍ରୀମଦ ଭଗବତ ଗୀତା ରେ କହିଛନ୍ତି l ମକର ସଂକ୍ରାନ୍ତି ଦିନ ଯେଉଁ ସୂର୍ଯ୍ୟ ଦେବ ଉତରାୟଣ ଗତି କରନ୍ତି l ସମଗ୍ର ପୃଥିବୀ ଏହି ସମୟରେ ପ୍ରକାଶମୟ ହୋଇ ଥାଏ l ମାନ୍ୟତା ରହିଛି ଯେ ଏହି ପ୍ରକାଶ ମୟ ରେ ମଣିଷ ଶରୀର ତ୍ୟାଗ କରିବା ଦ୍ୱାରା ପୁନର୍ଜନ୍ମ ପାଇ ନଥାଏ l ଏହାର ବିପରୀତ ରେ ଦକ୍ଷୀଣାୟନ ରେ ସୂର୍ଯ୍ୟ ଗତି କରିବା ଦ୍ୱାରା ପୃଥିବୀ ଅନ୍ଧକାରମୟ ହୋଇଥାଏ l ଏବଂ ପୁନର୍ଜନ୍ମ ର ବିଶ୍ୱାସ ରହିଥାଏ l
* ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ମକର ସଂକ୍ରାନ୍ତି ରୁ ଦେବତା ଙ୍କ ଦିନ ଆରମ୍ଭ ହୋଇଥାଏ l ଯାହାକି ଆଷାଢ଼ ମାସ ପର୍ଯ୍ୟନ୍ତ ରହିଥାଏ l କର୍କଟ ସଂକ୍ରାନ୍ତି ଠାରୁ ଦେବତା ଙ୍କ ର ରାତି ଆରମ୍ଭ ହୋଇଥାଏ l ଅର୍ଥାତ ଦେବତା ଙ୍କ ର ଗୋଟିଏ ଦିନ ମଣିଷ ଙ୍କ ର ଗୋଟିଏ ବର୍ଷ ଅଟେ l
* ଦକ୍ଷିଣାଭିମୁଖୀ ସମୟ ରୁ ପିତୃ ପୁରୁଷ ଙ୍କ ଦିନ ଅଟେ l ଏବଂ ଏହି ସମୟରେ ସୂର୍ଯ୍ୟ ଙ୍କ ପ୍ରକାଶ କମ ରହିଥାଏ l ମନୁଷ୍ୟ ଙ୍କ ର ଗୋଟିଏ ମାସ ପିତୃ ପୁରୁଷ ଙ୍କ ର ଗୋଟିଏ ଦିନ ଅଟେ l ତାଙ୍କର ଦିନ ଶୁକ୍ଳ ପକ୍ଷ ଓ ରାତି କୃଷ୍ଣ ପକ୍ଷ ଅଟେ l
* ଜଗତ ରେ ଦୁଇଟି ମାର୍ଗ ରହିଛି l ଗୋଟିଏ ଦେବ ୟନ ଓ ଅନ୍ୟଟି ପିତୃ ୟାନ l ଦେବାୟାନ ରେ ଦେବତା ମାନଙ୍କ ର ସୁସମୟ ରହିଥାଏ ଓ ପିତୃ ୟାନ ରେ ପିତୃ ପୁରୁଷ ଙ୍କ ସମୟ ରହିଥାଏ l
* ପିତୃୟାନ ରେ ଧୂମାଭିମାନୀ ଦେବତା ରହି ଥାଆନ୍ତି , ରାତ୍ରି ଅଭିମାନୀ ଦେବତା ରହି ଥାଆନ୍ତି l ଏବଂ ଦକ୍ଷୀଣାୟନ ରେ ୬ ମାସ ଅଭିମାନୀ ଦେବତା ରହି ଥାଆନ୍ତି l ଏହି ସମୟରେ ସତକର୍ମ କରୁଥିବା ବ୍ୟକ୍ତି ର ବିଜୟ ହୋଇଥାଏ