Explore

Search
Close this search box.

Search

September 19, 2024 10:24 am

tadantnews
LATEST NEWS
Lifestyle

୨୦୨୪ରେ ତାତିବ ଓଡ଼ିଶା

Facebook
Twitter
WhatsApp
Email

୨୦୨୩ ତୁଳନାରେ ୨୦୨୪ରେ ଗ୍ରୀଷ୍ମ ପ୍ରବାହ ଅଧିକ ହେବ। ଚଳିତ ବର୍ଷ ଗ୍ରୀଷ୍ମ ଋତୁ ପାଇଁ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ଏପ୍ରିଲ୍ ସୁଦ୍ଧା ଏଲ୍ ନିନୋ ଶକ୍ତିଶାଳୀ ହେବ। ଫଳରେ ରାଜ୍ୟରେ ହିଟ ୱେଭ ପ୍ରବାହିତ ହେବା ନେଇ ପାଣିପାଗ ବିଭାଗ ଆଶଙ୍କା ଜାରି କରିଛି। ସେପଟେ ଗ୍ରୀଷ୍ମ ପ୍ରବାହକୁ ନେଇ ବିଶ୍ୱ ପାଣିପାଗ ବିଭାଗ କହିଛି କି ସତର୍କତା ସୂଚନା ଜାରି କରିଛି।

କେବଳ ଗ୍ରୀଷ୍ମ ପ୍ରବାହ ନୁହେଁ, ରାଜ୍ୟର କିଛି ଅଞ୍ଚଳରେ ମରୁଡ଼ି ଭଳି ପରିସ୍ଥିତି ତଥା ଜଙ୍ଗଲରେ ନିଆଁ ଲାଗିବା ଭଳି ସ୍ଥିତି ଉପୁଜିବ ବୋଲି ପାଣିପାଗ ବିଭାଗ ସୂଚନା ଜାରି କରିଛି।

ସେହିପରି ବର୍ଷା ଦିନରେ ଭୟଙ୍କର ବନ୍ୟା ତଥା ବନ୍ୟା ଭଳି ସ୍ଥିତି ମଧ୍ୟ ଉପୁଜିପାରେ ବୋଲି ବିଭାଗ ପକ୍ଷରୁ ଆଶଙ୍କା କରାଯାଇଛି। ଖରାଦିନେ ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ କୃଷିକ୍ଷେତ୍ରରେ ଗୁରୁତର ଭାବେ ପ୍ରବାହିତ ହେବା ନେଇ ଆଶଙ୍କା ପ୍ରକାଶ କରାଯାଇଛି। ଏନେଇ ପାଣିପାଗ ବିଭାଗ କହିଛି କି ତାତି ବଢିବା ସହିତ ତାପମାତ୍ରାରେ ପରିବର୍ତ୍ତନ ଦେଖାଦେବ। ଏହା ଦ୍ୱାରା ଚାଷକାର୍ଯ୍ୟ ଗୁରୁତର ଭାବେ ପ୍ରବାହିତ ହେବାକୁ ଥିବା ବେଳେ ବିପର୍ଯ୍ୟସ୍ତ ଚାଷ କାର୍ଯ୍ୟ ଯୋଗୁଁ ଖାଦ୍ୟ ସଂକଟ ଦେଖା ଦେବା ନେଇ ମଧ୍ୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏହାର ସର୍ବାଧିକ ପ୍ରଭାବ ସେହି ଅଞ୍ଚଳରେ ଦେଖାଯିବ ଯେଉଁଠାରେ ହିଟ ୱେଭ ପ୍ରବାହିତ ହେବ। ପୂର୍ବ ଭାରତରେ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଚଳିତ ବର୍ଷ ଅସହ୍ୟ ହେବ। ଏଭଳି ପରିସ୍ଥିତିରେ ଓଡିଶାରେ ତାତିର ମାତ୍ରା ବୃଦ୍ଧି ହେବ ଏବଂ ଘନ ଜଙ୍ଗଲରେ ଭୟାବହ ନିଆଁ ଲାଗିବାର ସମ୍ଭାବନା ଅଧିକ ରହିଛି।

୨୦୨୪ରେ ଅସହ୍ୟ ହେବ ତାତି

ବିଶ୍ୱ ପାଣିପାଗ ସଂସ୍ଥା ସହିତ ନାସାର ବୈଜ୍ଞାନିକମାନେ ମଧ୍ୟ ଚଳିତ ବର୍ଷ ମାତ୍ରାଧିକ ତାତି ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛନ୍ତି। ଏଥିପାଇଁ ନାସା ସତର୍କତା ଜାରି କରିଛି। ୨୦୧୬ ତୁଳନାରେ ୨୦୨୩ ମସିହାରେ ସର୍ବାଧିକ ଗରମ ଅନୁଭୂତ ହୋଇଥିଲା। କିନ୍ତୁ ଚଳିତ ବର୍ଷ ୨୦୨୪ ମସିହାରେ ୨୦୨୩ ତୁଳନାରେ ଅଧିକ ଗରମ ଅନୁଭୂତ ହେବା ନେଇ ନାସା ପକ୍ଷରୁ ଅନୁମାନ କରାଯାଇଛି। ଫଳରେ ଜଳବାୟୁ ପରିବର୍ତ୍ତନ ଓ ଏଲନିନୋ ପ୍ରଭାବରେ ବାୟୁମଣ୍ଡଳର ସ୍ଥିତି ବିଗିଡ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ପାଣିପାଗ ବିଶେଷଜ୍ଞ ତଥା ଭୁବନେଶ୍ୱର ପାଣିପାଗ ବିଭାଗର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି କି ବର୍ତ୍ତମାନ ସମୟରେ ଏଲନିନୋ ସକ୍ରିୟ ରହିଛି। ଏହାର ପ୍ରଭାବରେ ତାପମାତ୍ରାରେ ବୃଦ୍ଧି ଘଟୁଛି। ଏପରିକି ତାପମାତ୍ରା ଗୁରୁତର ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳୁଛି। ଏହା ଏପ୍ରିଲ ମାସ ପର୍ଯ୍ୟନ୍ତ ସକ୍ରିୟ ରହିବା ନେଇ ଆଶଙ୍କା କରାଯାଉଛି। ଏଲନିନୋର ମୁଖ୍ୟ କାରଣ ଗତବର୍ଷ ପ୍ରଭାବିତ ହୋଇଥିବା ମୌସୂମୀ ବାୟୁ।

ସେପଟେ ପ୍ରଶାନ୍ତ ମହାସାଗରରେ ଭୀଷଣ ଗରମ କାରଣରୁ ସମୂଦ୍ରର ଜଳସ୍ତର ବୃଦ୍ଧି ପାଇଛି। ଏପରିକି କୂଳ ଲଂଘୁଛି ସମୂଦ୍ର। ବିଭିନ୍ନ ସ୍ଥାନରେ ବରଫ ତରଳୁଥିବା କାରଣରୁ ପ୍ରଶାନ୍ତ ମହାସାଗରର ଜଳସ୍ତର ବୃଦ୍ଧି ପାଉଛି।

Tadant News
Author: Tadant News

Leave a Comment