Explore

Search

December 23, 2024 8:48 pm

tadantnews
LATEST NEWS
Lifestyle

ମକର ସଂକ୍ରାନ୍ତିରେ ଖାସ ଉପାୟ: ସ୍ବାମୀଙ୍କ ଆୟୁଷ ବଢ଼ିବ, ଘରକୁ ଆସିବେ ଲକ୍ଷ୍ମୀ

Facebook
Twitter
WhatsApp
Email
ଅଧିବର୍ଷ ଯୋଗୁଁ ଚଳିତ ଥର ମକର ସଂକ୍ରାନ୍ତି ଜାନୁଆରୀ ୧୫ ତାରିଖରେ ପଡ଼ୁଛି । ଏଥର ପୂଣ୍ୟକାଳ ରାତି ୨.୪୫ରୁ ଆରମ୍ଭ ହୋଇଛି । ରବି ଚଳନ ହେତୁ ଦାନ କରିବାକୁ ଜ୍ୟୋତିଷାଚାର୍ଯ୍ୟ ପରାମର୍ଶ ଦେଉଛନ୍ତି । ଏହି ଦିନ ଦାନସ୍ନାନ ଖାସ ଗୁରୁତ୍ୱ ରହିଛି । ଏହି ରାଶି ଓ ଗୁଡ଼ ଦାନ କଲେ ଦୋଷ ନିବାରଣ ହେବା ସହ ସମସ୍ତ କଷ୍ଟ ଦୁର ହୋଇଥାଏ ବୋଲି ମାନ୍ୟତା ରହିଛି ।
ଏହାପରେ ବସନ୍ତ ଋତୁର ଆରମ୍ଭ ସହ ସମସ୍ତ ମଙ୍ଗଳ କାର୍ଯ୍ୟ ପୁନଃ ଆରମ୍ଭ ହୋଇଥାଏ । ଏହି ଦିନ ସ୍ବତନ୍ତ୍ର ନୀତିରେ ପୂଜା କଲେ ସ୍ବାମୀର ଆୟୁଷ ବଢ଼ିବା ସୁଖ ସମୃଦ୍ଧି ପାଇଥାଏ ବୋଲି କହିଛନ୍ତି ପଣ୍ଡିତ ନନ୍ଦକିଶୋର ମୃଦୁଳ ।

ମକର ସଂକ୍ରାନ୍ତି ଇଂରାଜୀ ନବବର୍ଷର ପ୍ରଥମ ହିନ୍ଦୁ ପର୍ବ । ଏହି ଦିନ ଯେଉଁମାନଙ୍କ ଜନ୍ମତିଥି ରହିଛି, ସେମାନେ ଗଙ୍ଗା ସ୍ନାନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ । ଏହି ଦିନରେ କିଛି ନା କିଛି ଦାନ କରିବା ନିୟମ ରହିଛି । ଏଭଳି ବି କିଛି ଉପାୟ ରହିଛି ଯାହାକୁ ମକର ସଂକ୍ରାନ୍ତି ଦିନ କରିବା ଦ୍ୱାରା ଭାଗ୍ୟ ଉଦୟ ହୋଇଯାଏ ବୋଲି ପଣ୍ଡିତ ନନ୍ଦକିଶୋର ମୃଦୁଳ କହଛନ୍ତି । ଏଭଳି ଉପାୟ କରିବା ଦ୍ୱାରା ଲକ୍ଷ୍ମୀଙ୍କ ଆଗମନ ହେବା ସହ ଶନିଙ୍କୁ ଶାନ୍ତ କରାଯାଇଥିଲା । ସଧବା ନାରୀ ଏହି ଉପାୟ କରିବା ଦ୍ୱାରା ସ୍ବାମୀଙ୍କ ଆୟୁଷ ବୃଦ୍ଧି ପାଇଥାଏ ।

ମକର ସଂକ୍ରାନ୍ତି ଉପାୟ

ରାଶି ଖାଆନ୍ତୁ: ମକର ସଂକ୍ରାନ୍ତି ଦିନ କଳା ରାଶି ନିଶ୍ଚେ ଖାଆନ୍ତୁ । କଳା ରାଶି ଖାଇବା ଦ୍ୱାରା ଜୀବନର ସମସ୍ତ ଦୋଷରୁ ମୁକ୍ତି ମିଳିଥାଏ ।

ଖେଚୁଡ଼ି ସେବନ: ମକର ସଂକ୍ରାନ୍ତି ଦିନ ଖେଚୁଡ଼ି ଖାଇବା ଦ୍ୱାରା ଘରକୁ ସୁଖଶାନ୍ତିର ଆଗମନ ହୋଇଥାଏ । ଖାଲି ସେତିକି ନୁହେଁ ସମସ୍ତ ପ୍ରକାର ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ ।

କଳା ରାଶି ଉତ୍ତରକୁ ଫୋପାଡ଼ନ୍ତୁ: ମକର ସଂକ୍ରାନ୍ତି ଦିନ କିଛି କଳା ରାଶି ନେଇ ଘରର ଉତ୍ତର ଦିଗରେ ଫୋପାଡ଼ି ଦିଅନ୍ତୁ । ଏହାଦ୍ୱାରା ସକରାତ୍ମକ ଉର୍ଜାର ଉତ୍ପତ୍ତି ହେବା ସହ ନକରତ୍ମକ ପ୍ରଭାବ ହ୍ରାସ ପାଇଥାଏ ।

ସଧବା ସାମଗ୍ରୀ ବଣ୍ଟନ: ମକର ସଂକ୍ରାନ୍ତିରେ ସଧବା ନାରୀ ସୁହାଗ ସାମଗ୍ରୀକୁ କୌଣସି ଗରିବ କିମ୍ବା ବ୍ରାହ୍ମଣକୁ ଦାନ କରିବା ଆବଶ୍ୟକ । ଏହାଦ୍ୱାରା ସ୍ବାମୀର ଆୟୁଷ ବୃଦ୍ଧି ପାଇଥାଏ ।

ଝାଡ଼ୁ କିଣନ୍ତୁ: ମକର ସଂକ୍ରାନ୍ତି ଝାଡ଼ୁ କିଣିଲେ ଧନଦାତ୍ରୀ ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।

ସୂର୍ଯ୍ୟଙ୍କ ପୂଜା : ମକର ସଂକ୍ରାନ୍ତିରେ ସୂର୍ଯ୍ୟଙ୍କ ପୂଜା କଲେ ସମସ୍ତ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ । ଶନିଙ୍କ ଦୃଷ୍ଟିରୁ ମଧ୍ୟ ନିସ୍ତାର ମିଳିଥାଏ । ଘରେ ରୋଗ ଲାଗି ରହିଥିଲେ ତାହା ମଧ୍ୟ ଦୁର ହୋଇଥାଏ ।

Tadant News
Author: Tadant News

Leave a Comment