ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମୋଦୀ ଏକ୍ସରେ ( ଟୁଇଟ) ପୋଷ୍ଟ କରି କହିଛନ୍ତି । ଟିମ୍ ଇଣ୍ଡିଆକୁ ଅଭିନନ୍ଦନ! ଭାରତ ଏକ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି । ଭଲ ବ୍ୟାଟିଂ ଏବଂ ଭଲ ବୋଲିଂ ହେତୁ ଆମ ଦଳ ପାଇଁ ମ୍ୟାଚ୍ ଜିତିଛି ଫାଇନାଲ୍ ପାଇଁ ଶୁଭେଚ୍ଛା !
Congratulations to Team India!
India puts up a superlative performance and enters the Finals in remarkable style.
Fantastic batting and good bowling sealed the match for our team.
Best wishes for the Finals!
— Narendra Modi (@narendramodi) November 15, 2023
ସେହିପରି ମୋଦୀ ମହମ୍ମଦ ସାମିଙ୍କୁ ପ୍ରଶଂସା କରିଛନ୍ତି ।
ସେ ଏକ୍ସରେ ( ଟୁଇଟ) ପୋଷ୍ଟ କରି କହିଛନ୍ତି ଯେ ଆଜିର ସେମି ଫାଇନାଲ୍ ମଧ୍ୟ ବ୍ୟକ୍ତିଗତ ପ୍ରଦର୍ଶନ ପାଇଁ ଅଧିକ ବିଶେଷ ହୋଇପାରିଛି । ଏହି ମ୍ୟାଚ୍ ଓ ବିଶ୍ଵକପରେ ସାମିଙ୍କ ବୋଲିଙ୍ଗ ଆଗକୁ କ୍ରୀଡା ପ୍ରେମୀ ଓ ପର ପିଢ଼ିଙ୍କ ହୃଦୟରେ ରହିବ ।
Today’s Semi Final has been even more special thanks to stellar individual performances too.
The bowling by @MdShami11 in this game and also through the World Cup will be cherished by cricket lovers for generations to come.
Well played Shami!
— Narendra Modi (@narendramodi) November 15, 2023
ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୪ ୱିକେଟ୍ ହରାଇ ୩୯୭ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ କିୱି ଦଳ ୩୨୭ ରନ କରିପାରିଛି । ନ୍ୟୁଜିଲାଣ୍ଡଠୁ ୨୦୧୯ ସେମିର ବଦଲା ନେଲା ଭାରତ । ବିଶ୍ଵକପ ଫାଇନାଲରେ ଟିମ୍ ଇଣ୍ଡିଆ । ଚାରିଆଡୁ ଶୁଭେଛା । ସାରା ଦେଶରେ ଖୁସିର ମାହୋଲ୍ । ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାସ୍ତ କଲା ଟିମ୍ ଇଣ୍ଡିଆ।
ଏହା ସହ ସାମିଙ୍କ ନାମରେ ଆଉ ଏକ ରେକର୍ଡ଼ ଯୋଡ଼ି ହୋଇଛି । ସେ ଆଜି ସାତଟି ୱିକେଟ ନେଇଛନ୍ତି । ବିଶ୍ୱକପରେ ସର୍ବାଧିକ ଥର ସେ ୫ଟି ୱିକେଟ ନେଇଛନ୍ତି । ସେ ୪ ଥର ଏହି କାମ କରିଛନ୍ତି । ତାଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ଦୃତ ବୋଲର ମିଚେଲ ଷ୍ଟ୍ରାକ ଏହି କାମ ତିନି ଥର କରିଥିଲେ ।
ବିଶ୍ଵକପରେ ଇତିହାସ ରଚିଲେ ବିରାଟ କୋହଲି । ଦିନିକିଆରେ ୫୦ ତମ ଶତକ ସହ ସଚିନଙ୍କ ରେକର୍ଡ଼ ଭାଙ୍ଗିଲେ ବିରାଟ । ସବୁ ଫର୍ମାଟରେ ବିରାଟ କୋହଲିଙ୍କ ଶତକ ଅଛି । ଆଉ ବିଶ୍ଵକପରେ ସେ ଏହି ରେକର୍ଡ କରିଛନ୍ତି । ୫୦ଟି ଶତକରୁ ଶ୍ରୀଲଙ୍କା ବିରୋଧରେ ସର୍ବାଧିକ ୧୦ ଟି ଶତକ ହାସଲ କରିଛନ୍ତି ।
ଏହା ପୂର୍ବରୁ ଇଡେନ ଗାର୍ଡେନସରେ ସେ ୪୯ ତମ ଦିନିକିଆ ଶତକ ହାସଲ କରିଥିଲେ । ମହାନ ସଚିନ ତେନ୍ଦୁଲକରଙ୍କ ରେକର୍ଡ଼ ଭାଙ୍ଗିଥିଲା ବିରାଟ । ଏହି ରେକର୍ଡ ସହ ସେ ନିଜ ନାମକୁ ସ୍ଵର୍ଣ୍ଣ ଅକ୍ଷରରେ ଲେଖିଛନ୍ତି ।