ଇଂଲଣ୍ଡ ବିପକ୍ଷ ବିଶ୍ୱକପ୍ ଫାଇଟ୍ରେ ଇଂଲଣ୍ଡ ଠାରୁ ୧୬୦ ରନ୍ରେ ହାରି ବିଶ୍ୱକପ୍ରୁ ବିଦା ହେଲା ନେଦରଲାଣ୍ଡ। ଅନ୍ୟପଟେ ପୂର୍ବରୁ ବିଶ୍ୱକପ୍ରୁ ବହାର ହୋଇଥିବା ଇଂଲଣ୍ଡ ଶେଷ ମ୍ୟାଚ୍ ଜିତି ଖୁସୀ ବ୍ୟକ୍ତ କରିଛି। ବିଶ୍ୱକପ୍ ତାଙ୍କ ପାଇଁ ଆହ୍ୱାନପୂର୍ଣ୍ଣ ଥିଲା ବୋଲି ଇଂଲଣ୍ଡ କ୍ୟାପ୍ଟେନ୍ ଜସ ବଟଲର କହିଛନ୍ତି। ଆଜିର ମ୍ୟାଚ୍ରେ ଇଂଲଣ୍ଡ ପ୍ରଥମ ବ୍ୟାଟିଂ କରି ୩୩୯ ରନ୍ କରିଥିଲା।
ଜବାବରେ ନେଦରଲାଣ୍ଡ ମାତ୍ର ୧୭୯ ରନ୍ କରି ୩୭.୨ ଓଭରର ଅଲ୍ ଆଉଟ୍ ହୋଇଯାଇଛି। ଏହି ପରାଜୟ ସହିତ ନେଦରଲାଣ୍ଡ ବିଶ୍ୱକପ୍ରୁ ବିଦା ହୋଇଛି।
ଅନ୍ୟପଟେ ଏହି ବିଜୟ ସହ ଇଂଲଣ୍ଡ ପଏଣ୍ଟ ଟେବୁଲରେ ନମ୍ବର ୭ରେ ପହଞ୍ଚିବା ସହ ୨୦୨୫ ଚାମ୍ପିୟନ ଟ୍ରଫିରେ ଖେଳିବା ଆଶା ଉଜ୍ଜ୍ୱଳ ରଖିଛି। ନେଦର ଲାଣ୍ଡ ହାରିବା ପରେ ପଏଣ୍ଟ ଟେବୁଲର ଶେଷରେ ପହଞ୍ଚିଛି।
ଅନ୍ୟପଟେ ଏହି ବିଜୟ ସହ ଇଂଲଣ୍ଡ ପଏଣ୍ଟ ଟେବୁଲରେ ନମ୍ବର ୭ରେ ପହଞ୍ଚିବା ସହ ୨୦୨୫ ଚାମ୍ପିୟନ ଟ୍ରଫିରେ ଖେଳିବା ଆଶା ଉଜ୍ଜ୍ୱଳ ରଖିଛି। ନେଦର ଲାଣ୍ଡ ହାରିବା ପରେ ପଏଣ୍ଟ ଟେବୁଲର ଶେଷରେ ପହଞ୍ଚିଛି। ଟୁର୍ଣ୍ଣାମେଣ୍ଟରେ ଏବେ ବି ଚତୁର୍ଥ ସେମିଫାଇନାଲ୍ରେ ଖେଳାଯିବାର ଅଛି। ଏପର୍ଯ୍ୟନ୍ତ ଭାରତ, ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ଆୟୋଜକ ଇଣ୍ଡିଆ ନମ୍ବର ୱାନ୍ରେ ଥିବା ବେଳେ ଆଫ୍ରିକା ଦ୍ୱିତୀୟରେ ଏବଂ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ରହିଛି। ଚତୁର୍ଥ ସ୍ଥାନ ପାଇଁ ନ୍ୟୁଜିଲ୍ୟାଣ୍ଡ, ପାକିସ୍ଥାନ ଏବଂ ଆଫଗାନିସ୍ତାନ ଟକ୍କର ହେବ।
ବୁଧବାର ଇଂଲଣ୍ଡର ୩୪୦ ରନ୍ ଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇବା ନେଦରଲାଣ୍ଡ ପକ୍ଷରୁ କୌଣସି ବ୍ୟାଟର ଅର୍ଦ୍ଧଶତକ ବି ହାସଲ କରିପାରି ନଥିଲେ। କେବଳ ତିଜା ନିଦାମାନୁରୁ ସର୍ବାଧିକ ୪୧ ରନ୍ କରିଥିବା ବେଳେ ସ୍କଟ ଏଡୱାର୍ଡ୍ସ ୩୮ ରନ୍ ଓ ସାଇବ୍ରାଣ୍ଡ ଏଙ୍ଗବ୍ରେକ୍ଟ ୩୩ ଓ ୱେସ୍ଲେ ବାର୍ରେସୀ ୩୭ ରନ୍ କରିଥିଲେ। ଅନ୍ୟପଟେ ଇଂଲଣ୍ଡ ପକ୍ଷରୁ ମୋଇନ ଅଲ୍ଲୀ ଓ ଆଦିଲ ରଶୀଦ ସର୍ବାଧିକ ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ଡେଭିଡ ୱିଲେ ୨ ଓ କ୍ରିକ୍ସ ୱକ୍ସ ଗୋଟିଏ ୱିକେଟ୍ ନେଇଥିଲେ।