Explore

Search

December 23, 2024 8:32 pm

tadantnews
LATEST NEWS
Lifestyle

ଚରଣ ସ୍ପର୍ଶ କେବଳ ଗୋଟିଏ ପରମ୍ପରା ନୁହେଁ, ଏହାଦ୍ୱାରା ଶରୀରକୁ ମିଳିଥାଏ ଚମତ୍କାର ଲାଭ ଓ ଦୂର ହୋଇଥାଏ ଅନେକ ରୋଗ : ଗବେଷକ ଙ୍କ ମତ

Facebook
Twitter
WhatsApp
Email

ନାତନ ଧର୍ମ ରେ ଚରଣ ସ୍ପର୍ଶ କରି ପ୍ରଣାମ କରିବାର ପରମ୍ପରା ଯୁଗର ଆରମ୍ଭରୁ ରହି ଆସିଛି l ପିଲାଟି ବେଳରୁ ଆମକୁ ଶିକ୍ଷା ଦିଆଯାଇ ଥାଏ ବଡ଼ ମାନଙ୍କର ପାଦ ସ୍ପର୍ଶ କରି ପ୍ରଣାମ କରିବା ଜରୁରୀ l ଗୁରୁଜନ ମାନଙ୍କର ଚରଣ ସ୍ପର୍ଶ କରି ପ୍ରଣାମ କରିବା ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବା ସହିତ ସ୍ୱାସ୍ଥ୍ୟ କୁ ଲାଭ ମଧ୍ୟ ମିଳିଥାଏ l ଆପଣ ଏବେ ଭାବୁଥିବେ ଚରଣ ସ୍ପର୍ଶ ରେ କି ପ୍ରକାର ସ୍ୱାସ୍ଥ୍ୟଗତ ଲାଭ ରହିଛି ?

ତେବେ ଆସନ୍ତୁ ଜାଣିବା କଣ କହୁଛି ବିଜ୍ଞାନ l ପୂର୍ବ କାଳରେ ରୁଷି ମୁନୀ ମାନେ କହୁଥିଲେ ଯେ ପାଦ ସ୍ପର୍ଶ କରି ପ୍ରଣାମ କରିବା ଦ୍ୱାରା ବଳ, ବିଦ୍ୟା, ସୁଖ ଓ ସମୃଦ୍ଧି ପ୍ରାପ୍ତି ହୋଇଥାଏ l

ଏହି ଚରଣ ସ୍ପର୍ଶ କୁ ନେଇ ଗୋଟିଏ ଅଧ୍ୟୟନ ହୋଇଛି , ଯେଉଁଥିରୁ ଚମତ୍କାର ସ୍ୱାସ୍ଥ୍ୟଗତ ଲାଭ ରହିଥିବାର ସୂଚନା ଜଣା ପଡିଛି l

ଆସନ୍ତୁ ଜାଣିବା ଚରଣ ସ୍ପର୍ଶ ଦ୍ୱାରା ମିଳିଥାଏ କେଉଁସବୁ ସ୍ୱାସ୍ଥ୍ୟଗତ ଲାଭ –
* ବିଜ୍ଞାନ ମତରେ ଦୀର୍ଘ ସମୟରୁ ଯଦି ଅଂଟା କିମ୍ବା ପିଠି ଯନ୍ତ୍ରଣାରେ ପୀଡିତ ଅଛନ୍ତି ତେବେ ପ୍ରତିଦିନ ସକାଳେ-ସନ୍ଧ୍ୟାରେ ଗୁରୁଜନ ମାନଙ୍କର ଚରଣ ସ୍ପର୍ଶ କରି ଆଶୀର୍ବାଦ ନିଅନ୍ତୁ l ଅଧ୍ୟୟନ ରୁ ଜଣା ପଡିଛି ଯେ ନିୟମିତ ସାଷ୍ଟାଙ୍ଗ ପ୍ରଣାମ କରିବା ଦ୍ୱାରା ଶରୀରରେ ରକ୍ତ ସଂଚାଳନ ଠିକ ଭାବରେ ହୋଇଥାଏ ଓ ପିଠି ଯନ୍ତ୍ରଣା ଦୂର ହୋଇଥାଏ l

* ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ପ୍ରତିଦିନ ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ କରିବା ଦ୍ୱାରା ତ୍ୱଚା ଓ କେଶ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ l ଯୋଗ ରେ ଚରଣସ୍ପର୍ସ କୁ ସାଷ୍ଟାଙ୍ଗ ପ୍ରଣାମ କୁ ଖୁବ ଗୁରୁତ୍ୱ ଦିଆଯାଇ ଥାଏ l ଏହା ସୂର୍ଯ୍ୟ ନମସ୍କାର ସମୟ ରେ ମଧ୍ୟ କରାଯାଇ ଥାଏ l

* ଚରଣ ସ୍ପର୍ଶ କରିବା ଦ୍ୱାରା ଶରୀରରେ ରକ୍ତ ସଂଚାର ଠିକ ଭାବରେ ହୋଇଥାଏ l

ଯାହାଦ୍ୱାରା ଆମ ହାର୍ଟ ମଧ୍ୟ ସୁରକ୍ଷିତ ଓ ସୁସ୍ଥ ରହିଥାଏ l ତେଣୁ ଆଗରୁ ଗୁରୁକୁଳ ଗୁଡିକ ରେ ସାଷ୍ଟାଙ୍ଗ ପ୍ରଣିପାତ କୁ ଖୁବ ଗୁରୁତ୍ୱ ଦିଆଯାଉ ଥିଲା l ଏହାଦ୍ୱାରା ରକ୍ତଚାପ ରେ ମଧ୍ୟ ସୁଧାର ଆସିଥାଏ l

* ଗୋଟିଏ ଷ୍ଟଡି ଅନୁସାରେ ପାଦ ଛୁଇଁ ଆଶୀର୍ବାଦ ନେବା ଦ୍ୱାରା ନର୍ଭ ସିଷ୍ଟମ ଖୁବ ଉନ୍ନତ ହୋଇଥାଏ l ଯେତେବେଳେ ଆମେ ବଡ଼ ମାନଙ୍କର ପାଦ ଛୁଇଁ ଥାଉ ସେତେବେଳେ ଆମ ଶରୀରର ସମସ୍ତ ନର୍ଭ ଖୁବ ଆକ୍ଟିଭ ହୋଇ ଯାଇଥାଏଓ ଏହାର ସକାରାତ୍ମକ ପ୍ରଭାବ ଆମ ଶରୀର ଉପରେ ପଡିଥାଏ l

Tadant News
Author: Tadant News

Leave a Comment