Explore

Search

December 23, 2024 8:12 pm

tadantnews
LATEST NEWS
Lifestyle

ରିଲାଏନ୍ସ ନିର୍ମାଣ କରିବ ଆଡଭାନ୍ସ AI

Facebook
Twitter
WhatsApp
Email

ଡଭାନ୍ସ ଆର୍ଟିଫିସିଆଲ ଇଣ୍ଟିଲେଜେନ୍ସି ନିର୍ମାଣ କରିବ ରିଲାଏନ୍ସ। ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଲିମିଟେଡ୍‌ର ସିଏମ୍‌ଡି ମୁକେଶ ଅମ୍ବାନୀ ଏନେଇ ଘୋଷଣା କରିଛନ୍ତି। ଆମେରିକାର ଚିପ୍‌ମେକର(ଚିପ୍‌ ନିର୍ମାତା) NVIDIA ସହ ସହଭାଗିତାରେ ରିଲାଏନ୍ସ ନିର୍ମାଣ କରିବ ଆଡଭାନ୍ସ ଆର୍ଟିଫିସିଆଲ ଇଣ୍ଟିଲେଜେନ୍ସ।

ଏହା ସୁପର କମ୍ପ୍ୟୁଟର ଠାରୁ ବି ଅଧିକ ଶକ୍ତିଶାଳୀ ହେବ।

ତେବେ ଏହି ପାର୍ଟନରସିପ୍‌ ଭାରତର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ସେମିକଣ୍ଟକ୍ଟର ଚିପ୍‌ର ବିକାଶ କରିବା ଏହାର ଲକ୍ଷ୍ୟ। ଏହାଛଡ଼ା ଏମାନେ ଜାତୀୟ ସ୍ତରୀୟ ଭାଷା କହିବାକୁ ସକ୍ଷମ ଯେପରି ହୋଇପାରିବେ। ସବୁ ଭାଷାକୁ ବୁଝିପାରି କହିପାରିବେ।

NVIDIA ଦ୍ୱାରା ପ୍ରସ୍ତୁତ ହେବାକୁ AI ଭିତ୍ତିଭୂମି ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଟେଲିକମ ଶାଖା ରିଲାଏନ୍ସ ଜିଓରେ AI ମୁଳଦୂଆ ପକାଇବ। ସମଗ୍ର ବିଶ୍ୱରେ AI ଆସିବା ପରେ ଦୈନନ୍ଦିନ ଜୀବନରେ ଲୋକଙ୍କ ପରିବର୍ତ୍ତନ ଆସିଛି। ଏପରି ସ୍ଥିତିରେ ରିଲାଏନ୍ସ ଜିଓ ଏହାର ୪୫୦ ମିଲିୟନ ଜିଓ ବ୍ୟବହାରୀଙ୍କ ପାଇଁ AI ଆପ୍ଲିକେସନ ତିଆରି କରିବ।

AI ଦ୍ୱାରା ଗ୍ରାମାଞ୍ଚଳରେ ରହୁଥିବା କୃଷକମାନେ ପାଣିପାଗର ସୂଚନା ପାଇପାରିବେ। ନିଜ ଫୋନ୍‌ରେ ନିଜ ଭାଷାରେ ପାଣିପାଗ ସମ୍ୱନ୍ଧୀୟ ବାର୍ତ୍ତାଳପର ବି ସୁବିଧା ରହିବ। ଏପରିକି ଯେଉଁଠି ଡାକ୍ତର ନାହାନ୍ତି, ସେଠି AI ରୋଗର ଲକ୍ଷଣ ବିଷୟରେ ଅବଗତ ହେବା ପରେ ନିରାକରଣ କରିବାରେ ସହାୟକ ହେବ।ଏହାସହ AI ବାୟୁମଣ୍ଡଳର ଡାଟା ସଂଗ୍ରହ କରି ଘୂର୍ଣ୍ଣିଝଡ଼ ଓ ବାତ୍ୟା ସମ୍ପର୍କରେ ସୂଚନା ଦେଇପାରିବ।

ଭାରତୀୟଙ୍କ ପାଇଁ ଚାଟ୍‌ଜିପିଟି ଭଳି ଏଆଇ ତିଆରି କରିବା ଅସମ୍ଭବ। ଆଉ ଯଦି ଏଭଳି କିଛି କରିବେ ତେବେ ନିଶ୍ଚୟ ଅସଫଳ ହେବେ। ନିକଟରେ ଚାଟ୍‌ଜିପିଟିର ପ୍ରସ୍ତୁତକାରୀ କମ୍ପାନୀ ଓପନ୍‌ ଏଆଇ ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ କରିଥିବା ଏକ ଚାଲେଞ୍ଜକୁ ସ୍ୱୀକାର କରିଥିଲେ ମୁକେଶ ଅମ୍ବାନୀ।

ରିଲାଏନ୍ସର ୪୬ ତମ ବାର୍ଷିକ ସାଧାରଣ ବୈଠକ (AGM)ରେ ମୁକେଶ ଅମ୍ବାନୀଙ୍କ ତରଫରୁ ଏଆଇକୁ ନେଇ ବଡ଼ ଘୋଷଣା କରାଯାଇଥିଲା। ସେ କହିଛନ୍ତି ରିଲାଏନ୍ସ ଜିଓ ଭାରତୀୟଙ୍କ ପାଇଁ ଏକ ନୂଆ ଏଆଇ ସିଷ୍ଟମ ବିକଶିତ କରିବ, ଯାହା ବ୍ୟବହାର କରିବାକୁ ଚାଟ୍‌ଜିପିଟି ଭଳି ହେବ । ଜିଓ ଦାବି କରିଛି ଯେ, ଏଆଇ ସବୁ ସ୍ଥାନରେ ଏବଂ ସମସ୍ତଙ୍କ ପାଇଁ ଉପଲବ୍ଧ କରାଯିବ।

Tadant News
Author: Tadant News

Leave a Comment