Explore

Search
Close this search box.

Search

September 19, 2024 10:26 am

tadantnews
LATEST NEWS
Lifestyle

ରାବଣ-ବାବର ସନାତନ ଧର୍ମକୁ ଉଚ୍ଛେଦ କରିପାରିଲେନି, ଏ ତୁଚ୍ଛ ଲୋକ କ’ଣ କରିବେ

Facebook
Twitter
WhatsApp
Email

ରାବଣ-ବାବର କରିପାରିଲେନି, ଏ ତୁଚ୍ଛ ଲୋକ କ’ଣ କରିବେ। ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ‘ସନାତନ ଧର୍ମ ଉଚ୍ଛେଦ’ ମନ୍ତବ୍ୟକୁ ନେଇ ଇଣ୍ଡିଆ ମେଣ୍ଟ ଗୋଷ୍ଠୀ ବିବାଦର ସମ୍ମୁଖୀନ ହେଉଥିବା ବେଳେ ଏଭଳି କହି ଉଦୟନିଧିଙ୍କୁ ଟାର୍ଗେଟ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ଦେଶ ସକରାତ୍ମକ ଭାବରେ ଆଗକୁ ବଢ଼ୁଥିବା ବେଳେ କିଛି ଲୋକଙ୍କୁ ଏହା ସହ୍ୟ ହେଉ ନାହିଁ।

ସରକାରଙ୍କ ସଫଳତାକୁ ଦୁର୍ବଳ କରିବା ପାଇଁ ସନାତନ ଧର୍ମ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ଉଦ୍ୟମ କରାଯାଉଛି। କିନ୍ତୁ ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ଭୁଲି ଯାଇଛନ୍ତି ଯେ ରାବଣର ଅହଂକାର ଏବଂ ବାବର ଓ ଔରାଙ୍ଗଜେବଙ୍କ ଅତ୍ୟାଚାର ଦ୍ୱାରା ମଧ୍ୟ ସନାତନ ଧର୍ମ ବିଲୋପ ହୋଇପାରି ନଥିଲା। ଆଉ ଏ ତୁଚ୍ଛ ଲୋକମାନେ ସନାତନକୁ କିପରି ଧ୍ୱଂସ କରିବେ?

ସେ ଆହୁରି କହିଛନ୍ତି, କିଛି ଏଭଳି ମୂର୍ଖ ଅଛନ୍ତି, ଯେଉଁମାନେ ସୂର୍ଯ୍ୟଙ୍କ ଉପରେ ଛେପ ପକାଇବାକୁ ପ୍ରୟାସ କରୁଛନ୍ତି। ହେଲେ ସେମାନେ ଜାଣିନାହାନ୍ତି, ଏହି ଛେପ ସେମାନଙ୍କ ଉପରେ ପଡ଼ିବ। ରାବଣ, ହିରଣ୍ୟକଶ୍ୟପ ଏବଂ କଂସ ଈଶ୍ୱରୀୟ ଶକ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ଏଭଳି କରିବା ପରେ ସେମାନେ ସବୁକିଛି ହରାଇଥିଲେ। ସନାତନ ଧର୍ମ ହେଉଛି ଏଭଳି ଏକ ସତ୍ୟ ଯାହାକୁ କେବେ ବି ଧ୍ୱଂସ କରାଯାଇପାରିବ ନାହିଁ।ଉଲ୍ଲେଖଯୋଗ୍ୟ, ‘ସନାତନ ଉଚ୍ଛେଦ ସମ୍ମିଳନୀ’ରେ ଉଦ୍‌ବୋଧନ ଦେବା ବେଳେ ଉଦୟନିଧି କହିଥିଲେ ଯେ, ସନାତନ ଧର୍ମ ସାମାଜିକ ନ୍ୟାୟ ଓ ସମାନତାର ବିରୁଦ୍ଧାଚରଣ କରୁଛି। ‘ସନାତନ ଧର୍ମ ବିରୋଧ’ ପରିବର୍ତ୍ତେ ସମ୍ମିଳନୀର ନାଁ ‘ସନାତନ ଧର୍ମ ଉଚ୍ଛେଦ’ ଦେଇଥିବାରୁ ଆୟୋଜକମାନଙ୍କୁ ଅଭିନନ୍ଦନ ଜଣାଉଛି। ଏମିତି କିଛି କଥା ଅଛି ଯାହାକୁ ଖାଲି ବିରୋଧ କଲେ ଚଳିବ ନାହିଁ, ଉଚ୍ଛେଦ କରିବାକୁ ପଡ଼ିବ। ମଶା, ଡେଙ୍ଗୁଜ୍ବର, ମେଲେରିଆ, କରୋନା ଆଦିକୁ ବିରୋଧ କରାଯାଇ ପାରିବ ନାହିଁ। ସେସବୁ ବିଲୋପ କରିବାକୁ ପଡ଼ିବ। ସନାତନ ମଧ୍ୟ ସେହିପରି। ବିରୋଧ ନୁହେଁ ସନାତନ ବିଲୋପ ଆମର ମୁଖ୍ୟ କାର୍ଯ୍ୟ ହେବା ଉଚିତ।

Tadant News
Author: Tadant News

Leave a Comment