Explore

Search

December 23, 2024 4:23 pm

tadantnews
LATEST NEWS
Lifestyle

ଘଡଘଡି ବିଜୁଳି ସହ ଆସନ୍ତା ୨୪ ଘଣ୍ଟାରେ ବର୍ଷା ସମ୍ଭାବନା, ୩ ଦିନ ଯାଏଁ ବଢିବ ବର୍ଷାର ପରିମାଣ

Facebook
Twitter
WhatsApp
Email

ଆସନ୍ତା ୨୪ ଘଣ୍ଟାରେ ବର୍ଷା । ଘଡଘଡି ବିଜୁଳି ସହ ବର୍ଷା ସମ୍ଭାବନା । ଆସନ୍ତା ୩ ଦିନ ଯାଏଁ ଉତ୍ତର, ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷାର ପରିମାଣ ବଢିବ । ୭-୧୧ ସେଣ୍ଟିମିଟର ଯାଏଁ ବର୍ଷା ହେବ । ରାଜ୍ୟ ଉପରେ କୌଣସି ସିଷ୍ଟମ୍ ନଥିବା ବେଳେ ମୌସୁମୀ ଦୁର୍ବଳ ରହିଛି । ଗତ ୨୪ ଘଣ୍ଟାରେ ମୌସୁମୀ ନିମ୍ନ ଚାପରେଖା ସାଧାରଣ ଉପସ୍ଥିତି ଠାରୁ ଯଥେଷ୍ଟ ଉତ୍ତରରେ ରହୁଛି ।

ଏହା ପଞ୍ଜାବର ଅମୃତସର ଠାରୁ ବାହାରି କର୍ଣ୍ଣଲ, ମିରଟ, ଲକ୍ଷ୍ନୌ, ଗୟା ଏବଂ ପଶ୍ଚିମବଙ୍ଗର ମାଲଦାରୁ ପୂର୍ବ ଦିଗରେ ନାଗାଲାଣ୍ଡ ଯାଏଁ ଲମ୍ବିଛି । ଫଳରେ ମୌସୁମୀ ପ୍ରଭାବ ରାଜ୍ୟ ଉପରେ ଦୁର୍ବଳ ରହୁଛି ।

ଗତ ୨୪ ଘଣ୍ଚାରେ ରାଜ୍ୟରେ ୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୬୪ ପ୍ରତିଶତ କମ୍ ରହିଛି । ମୌସୁମୀ ଦୁର୍ବଳ ସାଙ୍ଗକୁ ତାପମାତ୍ର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ବାୟୁମଣ୍ଡଳରେ ଆଦ୍ରତା ରହି ଗୁଳୁଗୁଳି ସୃଷ୍ଟି ହେଉଛି । ଏହା ପ୍ରଭାବରେ କେତେକ ଜିଲ୍ଲାରେ ବର୍ଷାର ପରିମାଣ ବଢିବ ।

ମୌସୁମୀ ଋତୁରେ ୭୪୩.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହାକି ସ୍ୱାଭାବିକ ବର୍ଷା ୮୨୨.୯ ମିଲିମିଟର ତୁଳନାରେ ୧୦ ପ୍ରତିଶତ କମ୍ ରହିଛି । ବୌଦ୍ଧ ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ତେବେ ୧୮ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ୧୧ ଜିଲ୍ଲାରେ ନିଅଣ୍ଟିଆ ରହିଛି ବର୍ଷା । ସେପେଟ ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ଲାଗି ରହିଛି ।

Tadant News
Author: Tadant News

Leave a Comment