Explore

Search
Close this search box.

Search

September 20, 2024 10:17 pm

tadantnews
LATEST NEWS
Lifestyle

ବିଶେଷ ଯୋଗରେ ପାଳିତ ହେବ ଜନ୍ମାଷ୍ଟମୀ, ଜାଣନ୍ତୁ ଶୁଭ ମୁହୁର୍ତ୍ତ ଓ ପୂଜା ବିଧି

Facebook
Twitter
WhatsApp
Email

ହିନ୍ଦୁ ଧର୍ମରେ ଜନ୍ମାଷ୍ଟମୀକୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥାଏ। ଚଳିତବର୍ଷ ଜନ୍ମାଷ୍ଟମୀ ପର୍ବ ୬ ସେପ୍ଟେମ୍ବର ବୁଧବାର ପାଳିତ ହେବ। ଚଳିତବର୍ଷ ଜନ୍ମାଷ୍ଟମୀରେ ଅନେକ ବର୍ଷ ପରେ ଏପରି ସଂଯୋଗ ବନିଛି ଯାହା ଅତ୍ୟନ୍ତ ଦୁର୍ଲଭ। ଶ୍ରୀମଦଭାଗବତ ଗୀତା ପୂରାଣ ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ, ବୁଧବାର, ରୋହିଣୀ ନକ୍ଷେତ୍ର ଓ ବୃଷରାଶି ମଧ୍ୟରାତ୍ରରେ ହୋଇଥିଲା।

ଚଳିତବର୍ଷ ଜନ୍ମାଷ୍ଟମୀ ଉତ୍ସବ ବୁଧବାର ପାଳିତ ହେଉଛି।

ମାନ୍ୟତା ଅନୁସାରେ ଏହି ଦିନ ଶ୍ରୀକୃଷ୍ଣଙ୍କର ୫ହଜାର ୩୫୦ତମ ଜୟନ୍ତୀ ପାଳିତ ହେବ। ଏଣୁ ଏଥରର ଜନ୍ମାଷ୍ଟମୀ ଭକ୍ତଙ୍କ ନିମନ୍ତେ ବାସ୍ତବିକ ଗୁରୁତ୍ୱପୂର୍ଣ୍ଣ। ପଞ୍ଚାଙ୍ଗ ଅନୁସାରେ ଭାଦ୍ରପଦ ମାସର କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପାଳିତ ହୋଇଥାଏ। କୁହାଯାଏ ଜନ୍ମାଷ୍ଟମୀରେ ବ୍ରତ ରଖିଲେ ଶ୍ରୀକୃଷ୍ଣଙ୍କ ଆଶିର୍ବାଦ ପ୍ରାପ୍ତ ହୋଇଥାଏ ଏହା ସହିତ ଭକ୍ତଙ୍କ ଜୀବନର ସମସ୍ତ କଷ୍ଟ ଦୂର ହୋଇଥାଏ। କୃଷ୍ଣଙ୍କ ଆଶିର୍ବାଦରେ ନିସନ୍ତାନ ମହିଳାଙ୍କୁ ସନ୍ତାନ ପ୍ରାପ୍ତି ହୋଇଥାଏ।

ପଞ୍ଚାଙ୍ଗ ଅନୁସାରେ ଚଳିତବର୍ଷ ଜନ୍ମାଷ୍ଟମୀ ତିଥି ୬ ସେପ୍ଟେମ୍ବର ବୁଧବାର ଅପରାହ୍ନ ୩ଟା ୩୭ ମିନିଟ୍‌ରୁ ଆରମ୍ଭ ହେବ। ଧର୍ମ ପୂରାଣ ଅନୁସାରେ ଶ୍ରୀକୃଷ୍ଣଙ୍କ ଜନ୍ମ ରାତ୍ରି ସମୟରେ ରୋହିଣୀ ନକ୍ଷତ୍ରରେ ହୋଇଥିଲା। ତେବେ ଚଳିତବର୍ଷ ଜନ୍ମାଷ୍ଟମୀରେ ରୋହିଣୀ ନକ୍ଷେତ୍ର ପୂର୍ବାହ୍ନ ୯ଟା ୨୦ ମିନିଟ୍‌ରେ ଆରମ୍ଭ ହେବ ଯାହା ତା ପରଦିନ ଅର୍ଥାତ ଗୁରୁବାର ପୂର୍ବାହ୍ନ ୧୦ଟା ୨୫ ମିନିଟ୍ ପର୍ଯ୍ୟନ୍ତ ରହିବ। ଏମିତିରେ ଜନ୍ମାଷ୍ଟମୀ ପର୍ବ ଦେଶରେ ଦୁଇ ଦିନ ପାଳିତ ହୋଇଥାଏ। ଗୃହସ୍ଥ ଲୋକେ ୬ ସେପ୍ଟେମ୍ବର ବୁଧବାର ଜନ୍ମାଷ୍ଟମୀ ପାଳନ କରିବେ। ସେହିପରି ବୈଷ୍ଣବ ଲୋକେ ସେପ୍ଟେମ୍ବର ୭ ତାରିଖରେ କୃଷ୍ଣ ଜନ୍ମାଷ୍ଟମୀ ପାଳନ କରିବେ।

ଜନ୍ମାଷ୍ଟମୀ ତିଥି ବୁଧବାର ଅପରାହ୍ନ ୩ଟା୩୭ ମିନିଟ୍‌ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୭ ତାରିଖ ଅପରାହ୍ନ ୪ଟା ୧୪ ମିନିଟ୍‌ରେ ସମାପ୍ତ ହେବ। ଏଥିରେ ଜନ୍ମାଷ୍ଟମୀ ପାଳନ ନିମନ୍ତେ ଶୁଭ ସମୟ ମଧ୍ୟରାତ୍ରି ୧୨ଟା ୨ ମିନିଟ୍‌ରୁ ଆରମ୍ଭ ହୋଇ ୧୨ଟା ୪୮ ମିନିଟ୍ ପର୍ଯ୍ୟନ୍ତ ରହିବ। ଏହି ମୂହୂର୍ତ୍ତରେ ଲଡୁ ଗୋପାଳଙ୍କ ପୂଜାର୍ଚ୍ଚନା କରାଯାଏ। ବିଧି ବିଧାନରେ ପୂଜା କଲେ ଭକ୍ତଙ୍କ ସମସ୍ତ ମନୋରଥ ପୂରଣ ହୋଇଥାଏ।

Tadant News
Author: Tadant News

Leave a Comment