Explore

Search
Close this search box.

Search

September 19, 2024 9:06 pm

tadantnews
LATEST NEWS
Lifestyle

ସୁନା କିଣିବାକୁ ଚାହୁଁଛନ୍ତି? ଏହି ଦିନ ଶସ୍ତାରେ ମିଳିବ ସୁନା! ନୋଟ କରନ୍ତୁ ଡେଟ୍

Facebook
Twitter
WhatsApp
Email

ସୁନା ପିନ୍ଧିବାକୁ କାହାର ବା ମନ ନଥାଏ । କିନ୍ତୁ ସୁନାର ବର୍ଦ୍ଧିତ ଦର ପାଇଁ ମନ ପସନ୍ଦ ଗହଣା ପିନ୍ଧିବା କଷ୍ଟକର ହୋଇପଡ଼େ । କିନ୍ତୁ ଆପଣଙ୍କ ପାଇଁ ଖୁସି ଖବର । ଆଗାମୀ ସପ୍ତାହରେ ଆପଣ କମ ଦାମରେ ସୁନା ପାଇପାରିବେ । ଭାରତରେ ନିବେଶ କରିବା ପାଇଁ ସବୁଠୁ ଶସ୍ତା ତରିକା ହେଉଛି ସୁନା ।

ସୁନାରେ ଆପଣ ନିବେଶ କଲେ ସବୁ ସମୟରେ ଆପଣ ଲାଭରେ ରହିବେ । ଆଜି ବି ଲୋକମାନେ ଏଥିରେ ନିବେଶ କରନ୍ତି । ସୁନାରେ ନିବେଶ କରିବା ପାଇଁ ଯଦି ଆପଣ ପ୍ରସ୍ତୁତ ଓ ସୁନା ଶସ୍ତା ହେବା ନେଇ ଅପେକ୍ଷା କରିଛନ୍ତି ତେବେ ଆପଣଙ୍କ ପାଇଁ ସରକାରୀ ବଣ୍ଡ ଏକ ଭଲ ବିକଳ୍ପ । ସରକାର ନିଜର ଏକ ଗୋଲ୍ଡ ବଣ୍ଡ ସ୍କିମ ଅଧୀନରେ ଶସ୍ତା ସୁନା ବିକ୍ରି କରୁଛନ୍ତି ।ଯଦି ଆପଣ ସରକାରୀ ଗୋଲଡ଼ ବଣ୍ଡ କିଣିବାକୁ ଚାହୁଁଛନ୍ତି ତେବେ ଆଗାମୀ ସପ୍ତାହରେ ଆପଣଙ୍କ ପାଖରେ ସୁଯୋଗ ଅଛି । ୨୦୨୩-୨୦୨୪ ବର୍ଷ ପାଇଁ ସେଭରିଆନ ଗୋଲ୍ଡ ବଣ୍ଡ ସିରିଜ ୧୨ ଫେବୃୟାରୀରୁ ୧୬ ଫେବୃୟାରୀ, ୫ ଦିନ ପର୍ଯ୍ୟନ୍ତ ଖୋଲିବ । ଏହି ବଣ୍ଡ ୨୧ ଫେବୃୟାରୀ ପର୍ଯ୍ୟନ୍ତ ଜାରି ରହିବ । ଏକ ବିଜ୍ଞପ୍ତି ପ୍ରକାଶ କରି ଅର୍ଥ ମନ୍ତ୍ରଳାୟ ଏହି ସୂଚନା ଦେଇିଛି । ମନ୍ତ୍ରାଳୟ କହିଛି ଯେ, SGBକୁ କିଛି ନିର୍ଦ୍ଦିଷ୍ଟ ବ୍ୟାଙ୍କ ମାଧ୍ୟରେ ବିକ୍ରି କରାଯିବ । ଯେପରିକି ଷ୍ଟକହୋଲଡ଼ିଂ ନିଗମ ଲିମିଟେଡ଼, କ୍ଲିୟରିଂ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ଼, ମାନ୍ୟତା ପ୍ରାପ୍ତ ଷ୍ଟକ ଏକ୍ସଚେଞ୍ଜ, ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ଅଫ ଇଣ୍ଡିଆ ଲିମିଡେଟ ଓ ବମ୍ୱେ ଷ୍ଟକ ଏକ୍ସଚେଞ୍ଜ ଲିମିଟେଡ଼ । ସାଧାରଣ ଭାବେ କହିବାକୁ ଗଲେ ଏହି ସୁନା ବଣ୍ଡ ୧ ଗ୍ରାମ ସୁନାର ଦାମଠୁ କମ ଦାମରେ ବିକ୍ରି ହୋଇଥାଏ ।

କିଏ କିଣିପାରିବ ସେଭରିଆନ ଗୋଲ୍ଡ ବଣ୍ଡ

ବ୍ୟକ୍ତିଗତ ନିବାସୀ- ଭାରତର ନାଗରିକ ଓ ଭାରତରେ ରହୁଥିବା ମୂଳ ବ୍ୟକ୍ତି

ହିନ୍ଦୁ ଅବିଭାଜିତ ପରିବାର

ଟ୍ରଷ୍ଟ-ଭାରତରେ ପଞ୍ଜିକୃତ ସାର୍ବଜନୀନ ବା ନିଜ ନାମରେ ଟ୍ରଷ୍ଟ

ବିଶ୍ୱବିଦ୍ୟାଳୟ- ୟୁଜିସି ଦ୍ବାରା ମାନ୍ୟତା ପ୍ରାପ୍ତ ସମସ୍ତ ବିଶ୍ୱବିଦ୍ୟାଳୟ

ଧର୍ମ ସଂସ୍ଥା- ଆୟକର ଅଧିନିୟମ, ୧୯୬୧ ଅଧୀନରେ ପଞ୍ଜିକୃତ ସଂସ୍ଥା । ଯାହା ପାଖରେ ବୈଧ ୮୦ଜି ପଞ୍ଜିକରଣ ରହିଛି ।
ଏମାନେ କରିପାରିବେନି ସବସ୍କ୍ରାଇବ

ଅଣ ଭାରତୀୟ- ଏମାନଙ୍କ ପାଇଁ ଏହି ଗୋଲ୍ଡ ବଣ୍ଡରେ ନିବେଶ କରିବାର ଅନୁମତି ନାହିଁ

ବିଦେଶୀ ସଂସ୍ଥା- କୌଣସି ବିଦେଶୀ ସଂସ୍ଥା ଏଥିରେ ଯୋଡ଼ି ହୋଇପାରିବ ନାହିଁ

କମ ବୟସ- SGBରେ ଏମାନେ ଅଭିଭାବକଙ୍କ ମାଧ୍ୟରେ ନିବେଶ କରିପାରିବେ ।

SGB ଅନଲାଇନ କିପରି ନିବେଶ କରିବେ

-ନିଜର ଇଣ୍ଟରନେଟ ବ୍ୟାଙ୍କିଙ୍କ ଖାତା ଖୋଲନ୍ତୁ

-ମେନ ମ୍ୟେନୁକୁ ଯାଆନ୍ତୁ । ଇସେବା ଉପରେ କ୍ଲିକ କରନ୍ତୁ ଓ ସେବରିଆନ ଗୋଲ୍ଡ଼ ବଣ୍ଡ ଉପରେ କ୍ଲିକ କରନ୍ତୁ

-ଯଦି ଆପଣ ନୂଆ ଗ୍ରାହକ ତେବେ ରେଜେଷ୍ଟ୍ରି ଉପରେ କ୍ଲିକ କରନ୍ତୁ । ପ୍ରଥମେ ସମସ୍ତ ନିୟମ ଓ ସର୍ତ୍ତ ବାବଦରେ ଜାଣନ୍ତୁ

-ଏହା ସମ୍ୱନ୍ଧିତ ସମସ୍ତ ଦସ୍ତାବିଜ ଦାଖଲ କରନ୍ତୁ

-ଅନଲାଇନ ଆପ୍ଲିକେସନ ସବମିଟ କରନ୍ତୁ

-ରେଜିଷ୍ଟ୍ରେସନ ପରେ ହେଡର ଲିଙ୍କ ବା ସେକ୍ସନ ବିକଳ୍ପ ବାଛନ୍ତୁ । କିଣନ୍ତୁ ଉପରେ କ୍ଲିକ କରନ୍ତୁ ।

-ସବସ୍କ୍ରିପ୍ସନ ପରେ କ୍ଲାଣ୍ଟିଣ୍ଟି ଓ ନୋମିର ସବୁ ଘଟଣା ସବମିଟ କରନ୍ତ

-ନିଜ ମୋବାଇଲ ନଂରେ ଆସିଥିବା ଓଟିପି ଦାଖଲ କରନ୍ତୁ

Tadant News
Author: Tadant News

Leave a Comment