Explore

Search

December 24, 2024 12:52 am

tadantnews
LATEST NEWS
Lifestyle

ଜବରଦସ୍ତ ଟେକ୍ନୋଲୋଜି ସହିତ ଆସିଲା ମହିନ୍ଦ୍ରାର XUV700, ଜାଣନ୍ତୁ କେତେ ରହିଛି ଦାମ୍‌

Facebook
Twitter
WhatsApp
Email

ଦେଶର ଲୋକପ୍ରିୟ କମ୍ପାନୀ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଭାରତୀୟ ବଜାରରେ ନିଜର ଦମଦାର XUV700କୁ ଲଞ୍ଚ କରିଛି । କମ୍ପାନୀ ଏହି XUVରେ ବହୁତ କିଛି ପରିବର୍ତ୍ତନ କରିବା ସହିତ ନୂଆ ନୂଆ ଫିଚର ଅପଡେଟ୍‌ କରିଛି । ଯାହା ପୁରୁଣା ମଡେଲ ତୁଳନାରେ ଏହାକୁ ଅଧିକ ଦମଦାର କରିିଛି । ଏହାର ନୂଆ ଭର୍ସନରେ ଅନେକ ଫିଚର୍ସ ରହିଛି, ଯାହା ଆପଣଙ୍କୁ ଖୁବ୍‌ ପସନ୍ଦ ଆସିବ ।

କମ୍ପାନୀ ଏହି ଦମଦାର ଏସୟୁଭି କୁ 6-ସିଟର ସିଟିଂ କନଫିଗେରେସନରେ ଲଞ୍ଚ କରିଛି । ନୂଆ ଭର୍ସନ ଲଞ୍ଚ ସହିତ କମ୍ପାନୀ ଏହି ଗାଡ଼ିରେ ୪୦୦୦ ଟଙ୍କା କମ୍‌ କରିଛି । ୨୦୨୪ ମହିନ୍ଦ୍ରା XUV700 ର ବେସ୍‌ ମଡେଲର ଏକ୍ସ ସୋ’ ରୁମ୍‌ ଦାମ୍‌ ୧୩.୯୯ ଲକ୍ଷ ଟଙ୍କା ରୁ ଆରମ୍ଭ ହେଉଛି । ଏହା ବ୍ୟତୀତ ଏହାର ଟପ୍ ମଡେଲର ଦାମ୍‌ ୨୩.୯୯ ଲକ୍ଷ ଟଙ୍କା ରହିଛି । ନୂଆ XUV700 ୫ଟି ଭ୍ୟାରିଆଣ୍ଟରେ ଉପଲବ୍ଧ, ଯେପରିକି MX, AX3, AX5, AX7 ଏବଂ AX7L । କମ୍ପାନୀ ଦେଇଥିବା ସୂଚନା ଅନୁସାରେ ଅପଡେଟ୍ ହୋଇଥିବା XUV700 ଜାନୁୟାରୀ ୨୫ ରୁ ସମଗ୍ର ଦେଶରେ ମହିନ୍ଦ୍ରା ଡିଲରସିପ୍ ରେ ମିଳିଯିବ ।

XUV700 ମିଡ୍‌ ସାଇଜ୍‌ SUVରେ ୬ଟି ସିଟ୍‌ ଦିଆଯାଇଛି । ଯାହା ଗ୍ରାହକଙ୍କୁ ଖୁବ୍‌ ପସନ୍ଦ ଆସିବ । ଏହା ମିଡିଲ୍‌ ରୋ’ରେ ଚେୟାର ସିଟ୍ ସହିତ ଆସୁଛି । କିନ୍ତୁ ଏହି ସିଟିଂ ଅପ୍ସନ କେବଳ ଫିଚର ଲୋଡେଡ୍‌ AX7 ଏବଂ AX7L ଭ୍ୟାରିଆଣ୍ଟରେ ମିଳିବ । ଏହି କେବିନ୍‌ ଲେ ଆଉଟ୍‌ ଅପ୍ସନକୁ ଗ୍ରାହକମାନେ ଦୀର୍ଘ ସମୟରୁ ଅପେକ୍ଷା କରିଥିଲେ ।

ଲାଟେଷ୍ଟ XUV700 ର ସବୁଠାରୁ ବଡ ଫିଚର ଅପଡେଟ୍ AX7L ଭ୍ୟାରିଆଣ୍ଟରେ ଦିଆଯାଇଛି ଏବଂ ଏହି ଫିଚରଟି ହେଉଛି ଭେଣ୍ଟିଲେଟେଡ୍ ଫ୍ରଣ୍ଟ ସିଟ୍ । ଏହା ବ୍ୟତୀତ SUV ରେ ନୂଆ କନେକ୍ଟେଡ୍‌ ଫିଚର୍ସ, ଡ୍ରାଇଭର ସିଟ୍ ମେମୋରୀ ଫଙ୍କସନ୍, ପୋଜିସନିଙ୍ଗ୍‌ ORVM ଭଳି ଅନେକ ଫିଚର୍ସ ଦିଆଯାଇଛି । ଏହି SUV ବର୍ତ୍ତମାନ ନ୍ୟାପୋଲି ଅଲ୍ ବ୍ଲାକ୍ କଲରରେ ମଧ୍ୟ ଉପଲବ୍ଧ, ଯେଉଁଥିରେ ଗ୍ରୀଲ୍ ସହିତ ଏହାର ଚକକୁ ମଧ୍ୟ ବ୍ଲାକ୍‌ ଆଉଟ୍‌ ସେଡ୍‌ ଦିଆଯାଇଛି ।

ଅପଡେଟ୍ ହୋଇଥିବା SUV ର ଇଞ୍ଜିନ୍ ଅପ୍ସନରେ କମ୍ପାନୀ କୌଣସି ଚେଞ୍ଜ୍‌ କରିନାହିଁ । ପୂର୍ବ ଭଳି ଏହି SUV ଭ୍ୟାରିଆଣ୍ଟ ୨ ଲିଟର ଟର୍ବୋ ପେଟ୍ରୋଲ ଏବଂ ୨.୨ ଲିଟର ଡିଜେଲ ଇଞ୍ଜିନ ସହିତ ଆସୁଛି । ଏହାର ପେଟ୍ରୋଲ ଇଞ୍ଜିନ୍ ୨୦୦ ବିଏଚପି ପାୱାର ଏବଂ ୩୮୦ ଏନଏମ ଟର୍କ ଜେନେରେଟ୍‌ କରିଥାଏ । ଅନ୍ୟପଟେ ଏହାର ଡିଜେଲ ଇଞ୍ଜିନ ୧୮୫ ବିଏଚପି ପାୱାର ଏବଂ ୪୫୦ ଏନଏମ ଟର୍କ ର ଆଉଟପୁଟ ଜେନେରେଟ୍‌ ଦେଇଥାଏ । ଟ୍ରାନ୍ସମିସନ୍ ବିଷୟରେ କହିବାକୁ ଗଲେ ଏହି SUV ଉଭୟ ଇଞ୍ଜିନରେ 6-ସ୍ପିଡ୍ ମାନୁଆଲ୍ ଏବଂ 6-ସ୍ପିଡ୍ ଅଟୋମେଟିକ୍ ଗିଅରବକ୍ସ ଦ୍ୱାରା ଲ୍ୟାସ୍‌ କରାଯାଇଛି ।

Tadant News
Author: Tadant News

Leave a Comment