Odisha
oi-Tanmaya Guin
|
ଭୁବନେଶ୍ୱର: ପର୍ଯ୍ୟଟକ ଓ ଯାତ୍ରୀଙ୍କ ଗମନାଗମନକୁ ଆହୁରି ସୁଗମ କରିବା ପାଇଁ ଆଉ 13 ଟି ରୁଟ୍ ରେ ଚାଲିବ ମୋ ବସ୍ ସେବା । କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ଏହାର ସେବାରେ ବୃଦ୍ଧି କରିବ । ଦୀର୍ଘ ଦିନରୁ ରହିଥିବା ଦାବି ଓ ଜନସାଧାରଣଙ୍କ ଚାହିଦା ଆଧାରରେ କ୍ରୁଟ୍ ଏହି ନୂଆ 13 ଟି ରୁଟ୍ ରେ ସେବା ଯୋଗାଇବ । ନୂଆ ରୁଟ୍ ସବୁ ଭୁବନେଶ୍ୱର, କଟକ ଓ ପୁରୀ ସହରାଞ୍ଚଳ ପରିବହନ କ୍ଷେତ୍ରରେ ଉପଲବ୍ଧ ହେବ ।
ଜୁଲାଇ ପହିଲାରୁ ଆରମ୍ବ ହେବ ଏହି 13 ଟି ରୁଟ୍ ରେ ବସ୍ ସେବା । ଏଥିରେ କାକଟପୁର, ସାତପଡ଼ା ଓ ଡେଲାଙ୍ଗକୁ ସାମିଲ କରାଯାଇଛି । ଏହା ଦ୍ୱାରା ସ୍ଥାନୀୟ ଲୋକଙ୍କ ସହ ପର୍ଯ୍ୟଟକମାନେ ମଧ୍ୟ ବିଶେଷ ଉପକୃତ ହେବେ । ଏହି ସବୁ ଅଞ୍ଚଳରପ୍ରମୁଖ ହବ୍ଗୁଡ଼ିକୁ ସଂଯୋଗ କରୁଥିବା ଏହି ରୁଟ୍ସବୁ ନିରନ୍ତର ସାଧାରଣ ପରିବହନ ସେବା ସୁନିଶ୍ଚିତ କରିବ ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି ।
କେଉଁ ରୁଟ୍ ରେ ଯିବ କେଉଁ ଗାଡ଼ି ?
- 4ନଂ ରୁଟ ଗାଡି ବରମୁଣ୍ଡା ଆଇଏସବିଟିରୁ ବାହାରି ଓଲଟପୁର ଯିବ ।
- 45 ନଂ ରୁଟ ଗାଡି ଭୁବନେଶ୍ୱର ରେଳ ଷ୍ଟେସନରୁ ବାହାରି ଜୟଦେବ ପୀଠ ଯିବ ।
- 46 ନଂ ରୁଟ ଗାଡି ଭୁବନେଶ୍ୱର ରେଳ ଷ୍ଟେସନରୁ ବାହାରି ଭାୟା କଲ୍ୟାଣପୁର, ଗନ୍ଦରପୁର ହୋଇ ନନ୍ଦନ କାନନ ଯିବ ।
- 47 ନଂ ରୁଟ ଗାଡି ସମ୍ ହସ୍ପିଟାଲରୁ ବାହାରି ଏସସିବି ମେଡିକାଲ ଯିବ ।
- 48 ନଂ ରୁଟ ଗାଡ଼ି ଖୋର୍ଦ୍ଧା ନୂଆ ବସ ଷ୍ଟାଣ୍ଡରୁ ବାହାରିବ ଏବଂ ଜଗତପୁର, କଟକକୁ ଯିବ ।
- 49 ନଂ ରୁଟ ଗାଡି ଭୁବନେଶ୍ୱର ରେଳ ଷ୍ଟେସନରୁ ଡେଲାଙ୍ଗ ରେଳ ଷ୍ଟେସନ ଯିବ ।
- 56 ନଂ ରୁଟ ଗାଡ଼ି ଖୋର୍ଦ୍ଧା ନୂଆ ବସ ଷ୍ଟାଣ୍ଡରୁ ବାହାରି ପୁରୀ ବସ ଷ୍ଟାଣ୍ଡ ଯିବ ।
- 57 ନଂ ରୁଟ ଗାଡି କାକଟପୁରରୁ ବାହାରିବ ଏବଂ ପୁରୀ ବସ ଷ୍ଟାଣ୍ଡକୁ ଯିବ ।
- 58 ନଂ ରୁଟ ଗାଡ଼ି ଜଗତପୁରରୁ ବାହାରି ପୁରୀ ବସ ଷ୍ଟାଣ୍ଡ ଯିବ ।
- 59 ନଂ ରୁଟ୍ ଗାଡି ମହାନଦୀ ବିହାରରୁ ବାହାରି ପୁରୀ ବସ ଷ୍ଟାଣ୍ଡ ଯିବ ।
- 84 ନଂ ରୁଟ ଗାଡ଼ି ସିଡିଏ, କଟକରୁ ବାହାରି ଓଲଟପୁର ଯାଏ ଯିବ ।
- 60 ନଂ ରୁଟ ଗାଡି ଭୁବନେଶ୍ୱର ରେଳ ଷ୍ଟେସନରୁ ବାହାରି ସାତପଡା ଯିବ ।
- 61 ନଂ ରୁଟ ଗାଡ଼ି ବରମୁଣ୍ଡା ଆଇଏସବିଟିରୁ ବାହାରି ଭାୟ ପୁରୀ ବସ ଷ୍ଟାଣ୍ଡ, ବ୍ରହ୍ମଗିରି ବସ ଷ୍ଟାଣ୍ଡ ଦେଇ ସାତପଡାକୁ ଯିବ ।
For Breaking News and Instant Updates
Allow Notifications
You have already subscribed
English summary
Mo Bus Services To Start It’s Service in 13 New Routs, Know the Route And Bus Number
Story first published: Friday, June 30, 2023, 16:20 [IST]