ପୋଷ୍ଟ ଅଫିସ ଦ୍ବାରା ଜାରି କରାଯାଇଥିବା ମାସିକ ଇନ୍କମ୍ ସ୍କିମ୍ରେ(POMIS) ଲକ୍ଷଲକ୍ଷ ଲୋକ ଯୋଡ଼ି ହୋଇ ମୋଟ ଅଙ୍କର ସଞ୍ଚୟ କରିଛନ୍ତି । ଏହି ସ୍କିମ୍ରେ ପତି ପତ୍ନୀ ମିଶି ଏକ ଜଏଣ୍ଟ ଆକାଉଣ୍ଟ ଖୋଲି ପାରିବେ । ଥରେ ମାତ୍ର ନିବେଶ କରିବା ପରେ ଉଭୟ ଏହି ସ୍କିମ୍ରୁ ପ୍ରତି ମାସରେ ଗାରେଣ୍ଟି ରିଟର୍ଣ୍ଣ ପ୍ରାପ୍ତ କରି ପାରିବେ । MIS ଆକାଉଣ୍ଟରେ ଥରେ ମାତ୍ର ନିବେଶ କରିବା ଆବଶ୍ୟକତା ଥାଏ । ଯାହାର ବୈଧତା ୫ ବର୍ଷ ରହିଥାଏ । ୨୦୨୩ ଅପ୍ରେଲ ୧ ତାରିଖରେ ସରକାର MIS ରିଟର୍ଣ୍ଣ ହାରକୁ ବୃଦ୍ଧି କରି ୭.୪ ପ୍ରତିଶତ କରିଥିଲେ । ଏହା ସହିତ ନିବେଶ ରାଶିକୁ ମଧ୍ୟ ବୃଦ୍ଧି କରିଛନ୍ତି ।
MIS ପଲିସିରେ ପ୍ରତି ମାସରେ ଆୟ ହୋଇଥାଏ । ଧରି ନିଅନ୍ତୁ ସ୍ବାମୀ-ସ୍ତ୍ରୀ ଏକ ଜଏଣ୍ଟ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଜମା କରିଛନ୍ତି । ଏହା ପରେ ପ୍ରତି ବର୍ଷ ୭.୪ ଲାଭ ମିଳିଲେ ବର୍ଷର ପ୍ରତି ମାସରେ ୯୨୫୦ ଟଙ୍କା ମିଳିବ । ଦୁଇଜଣ ବ୍ୟକ୍ତି ମିଶି ଏକ MISରେ ଆକାଉଣ୍ଟ କରି ପାରିବେ । ଏହି ଆକାଉଣ୍ଟରୁ ମିଳିଥିବା ଆୟ ଦୁଇଜଣଙ୍କ ମଧ୍ୟରେ ବାଣ୍ଟି ଦିଆଯାଇ ଥାଏ । ଏଥିରେ ଜଣେ ସଦସ୍ୟଙ୍କୁ ପରିବର୍ତ୍ତନ କରି ପାରିବେ
Post Office Monthly Savings Schemeରେ ୭.୪ ପ୍ରତିଶତ ଲାଭ ମିଳିଥାଏ । ଯଦି ପତିପତ୍ନୀ ମିଶି ୧୫ ଲକ୍ଷ ଟଙ୍କା ନିବେଶ କରନ୍ତି, ତେବେ ମାସିକ ୯୨୫୦ ଟଙ୍କା ଆୟ ହେବ । ସେହି ହିସାବରେ ପ୍ରତି ବର୍ଷର ଆୟ ୧୧୧୦୦୦ ଟଙ୍କା ଗାରେଣ୍ଟି ଆୟ ରହିବ । ଏହାକୁ ୫ ବର୍ଷ ପାଇଁ ହିସାବ କଲେ ଉଭୟ ମୂଳ ଧନକୁ ଛାଡ଼ି ୫୫୫୦୦୦ ଲକ୍ଷ ଟଙ୍କା ଲାଭ ପାଇବେ ।
ସିଙ୍ଗଲ ଆକାଉଣ୍ଟରେ ଫାଇଦା
ଏକକ ଆକାଉଣ୍ଟରେ ଜଣେ ୯ ଲକ୍ଷ ଟଙ୍କା ଜମା କରି MIS ସ୍କିମ୍ ନେଇ ପାରିବେ । ଏକକ ଆକାଉଣ୍ଟରେ ମାସିକ ୫୫୦୦ ଟଙ୍କା ମିଳିବ । ଏଭଳି ଭାବରେ ପ୍ରତି ବର୍ଷ ଜଣେ ବ୍ୟକ୍ତି ୬୬୬୦୦ ଲାଭ ପାଇ ପାରିବେ । ୫ ବର୍ଷକୁ ହିସାବକୁ ନିଆଗଲେ ଜଣେ ବ୍ୟକ୍ତି କେବଳ ୩୩୩୦୦୦ ଟଙ୍କା ଲାଭ ଭାବରେ ଆୟ କରି ପାରିବେ ।
କିଏ ଖୋଲି ପାରିବେ MIS ଆକାଉଣ୍ଟ
Post Office Monthly Savings Scheme ଯେ କେହି ବି ଉଠାଇ ପାରିବେ । ୧୦ ବର୍ଷରୁ କମ ବୟସରୁ ଆରମ୍ଭ କରି ପରିବାରର ପ୍ରତ୍ୟେକ ବ୍ୟକ୍ତି ଆକାଉଣ୍ଟ ଖୋଲି ପାରିବେ । ଏହି ସ୍କିମ୍ରେ ସାମିଲ ହେବାକୁ ଜଣେ ବ୍ୟକ୍ତିଙ୍ ପୋଷ୍ଟ ଅଫିସ୍ରେ ସେଭିଂ ଆକାଉଣ୍ଟ ଥିବା ଆବଶ୍ୟକ ।