Explore

Search

December 23, 2024 4:37 pm

tadantnews
LATEST NEWS
Lifestyle

ବଢ଼ୁଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚାହିଦା; ୨୦୧୫ରେ ୧୦ ଲକ୍ଷ, ଏବେ ୧୫ କୋଟିରେ କିଣିଲା ମୁମ୍ବାଇ

Facebook
Twitter
WhatsApp
Email

ଇପିଏଲ୍‌ ୨୦୧୫ ପାଇଁ ବେସ୍‌ ପ୍ରାଇସ୍‌ ୧୦ ଲକ୍ଷ ଟଙ୍କାରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କିଣିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଏବେ ଆଇପିଏଲ୍‌ ୨୦୨୪ ପାଇଁ ୧୫ କୋଟି ଦେଇ ପାଣ୍ଡ୍ୟାଙ୍କୁ ନିଜ ଦଳରେ ପୁଣି ସାମିଲ କରିଛି ମୁମ୍ବାଇ ।

ହାଇଦ୍ରାବାଦ: ଆଇପିଏଲ୍‌ରେ ବଢ଼ୁଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚାହିଦା । ଆଇପିଏଲ୍‌ ୨୦୧୫ ପାଇଁ କେବଳ ୧୦ ଲକ୍ଷ (ବେସ୍‌ ପ୍ରାଇସ୍‌)ରେ ପାଣ୍ଡ୍ୟାଙ୍କୁ କିଣିଥିଲା ମୁମ୍ବାଇ ଇଣ୍ଡିଆନ୍ସ ।

ଏଥର ଆଇପିଏଲ୍‌ ୨୦୨୪ ପାଇଁ ୧୫ କୋଟି ଟଙ୍କାରେ ଗୁଜରାଟଠାରୁ ଏହି ଷ୍ଟାର ଅଲରାଉଣ୍ଡରଙ୍କୁ ଆଣିଛି ମୁମ୍ବାଇ । ଦୁଇ ବର୍ଷ ପରେ ମୁମ୍ବାଇକୁ ଫେରିବାକୁ ନେଇ ଖୁସି ପ୍ରକାଶ କରିଛନ୍ତି ପାଣ୍ଡ୍ୟା । ଏହି ସମୟରେ ସେ ନିଜ ଏକ୍ସ ହ୍ୟାଣ୍ଡେଲ୍‌ରେ ଏକ ଭିଡିଓ ପୋଷ୍ଟ କରି ଭାବପ୍ରବଣ କ୍ୟାପ୍ସନ ଦେଇଛନ୍ତି । ଏଥିରେ ସେ ୨୦୧୫ ଆଇପିଏଲ୍‌ ପାଇଁ କେବଳ ୧୦ ଲକ୍ଷ ଟଙ୍କାରେ ମୁମ୍ବାଇକୁ ବିକ୍ରି ହୋଇଥିବା ଦେଖାଯାଉଛି ।ଆଇପିଏଲ୍‌ ୨୦୨୪ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କଲେଣି ସମସ୍ତ ୧୦ ଦଳ । ଏହି କ୍ରମରେ ନଭେମ୍ବର ୨୬ (ରବିବାର) ସମସ୍ତ ଦଳ ନିଜ ନିଜର ରିଲିଜ୍‌ ଏବଂ ରିଟେନ୍‌ ଖେଳାଳିଙ୍କ ତାଲିକା ଜାରି କରିଛନ୍ତି । ଏହାରି ମଧ୍ୟରେ ଦୁଇ ବର୍ଷ ପରେ ନିଜର ପୁରୁଣା ଦଳକୁ ଫେରିଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଆଇପିଏଲ୍‌ ୨୦୨୪ ପାଇଁ ପ୍ରସ୍ତୁତିର ପ୍ରଥମ ଦିନରେ ହିଁ ବେଶ ରୋଚକ ଘଟଣାମାନ ଘଟିଥିଲା । ଯାହା ପ୍ରଶଂସକଙ୍କ ଉତ୍ସାହକୁ ଆହୁରି ଦୁଇଗୁଣା କରିଛି । ଆଇପିଏଲ୍‌ ଇତିହାସର ୨ଟି ସବୁଠାରୁ ବଡ଼ ଟ୍ରେଡ୍‌ ଦେଖିବାକୁ ମିଳିଥିଲା ।

ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ପୁଣିଥରେ ନିଜ ପୁରୁଣା ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଛନ୍ତି । ସେପଟେ ୧୭.୫ କୋଟି ଟଙ୍କାର ବଡ଼ ଟ୍ରେଡ୍‌ ସହ ମୁମ୍ବାଇରୁ କ୍ୟାମେରନ ଗ୍ରୀନଙ୍କୁ ଆଣିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।ଆଇପିଏଲ୍‌ ୨୦୧୫ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୧୦ ଲକ୍ଷ ଟଙ୍କାରେ କିଣିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ସେବେଠାରୁ ଆଇପିଏଲ୍‌ ୨୦୨୧ ପର୍ଯ୍ୟନ୍ତ ପାଣ୍ଡ୍ୟା ମୁମ୍ବାଇ ଦଳ ପାଇଁ ଖେଳିଥିଲେ । ହେଲେ ଆଇପିଏଲ୍‌ ୨୦୨୨ ପୂର୍ବରୁ ପାଣ୍ଡ୍ୟାଙ୍କୁ ରିଲିଜ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଦୁଇ ପାଣ୍ଡ୍ୟା ବ୍ରଦର୍ସ (ହାର୍ଦ୍ଦିକ ଓ କ୍ରୁଣାଲ)ଙ୍କୁ ମୁମ୍ବାଇ ରିଲିଜ କରିବା ପ୍ରଶଂସକଙ୍କୁ ଚକିତ କରିଥିଲା । ମୁମ୍ବାଇ ହାତ ଛାଡ଼ିବା ପରେ ଆଇପିଏଲ୍‌ରେ ନୂଆ କରି ସାମିଲ ହୋଇଥିବା ଗୁଜରାଟ ଟାଇଟନ୍ସ ସହିତ ହାତ ମିଳାଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଏହି ନୂଆ ଦଳର ସେନାପତି ସାଜି ବହୁ ପୁରୁଣା ଦଳକୁ ଧୂଳି ଚଟାଇବାରେ ସଫଳ ହୋଇଥିଲେ ପାଣ୍ଡ୍ୟା । ପ୍ରଥମ ବର୍ଷରେ ହିଁ ଗୁଜରାଟ ଟାଇଟନ୍ସକୁ ଚମ୍ପିଆନ୍‌ କରାଇଥିଲେ ପାଣ୍ଡ୍ୟା । ଏହାପରେ ଆଇପିଏଲ୍‌ ୨୦୨୩ରେ କ୍ରମାଗତ ଦ୍ବିତୀୟ ଥର ପାଇଁ ନିଜ ଦଳକୁ ଫାଇନାଲ୍‌ରେ ପହଞ୍ଚାଇଥିଲେ । ହେଲେ ଏଥିରେ ଚେନ୍ନାଇଠାରୁ ହାରି ରନର୍ସ ଅପ୍‌ ହୋଇଥିଲା ଗୁଜରାଟ । ଲଗାତାର ଦୁଇ ଦୁଇଥରର ଫାଇନାଲିଷ୍ଟ କ୍ୟାପ୍ଟେନ୍‌ ହଠାତ ଗୁଜରାଟ ଟାଇଟନ୍ସ ସହ ସମ୍ପର୍କ ତୁଟାଇଛନ୍ତି ।

ଦୁଇ ବର୍ଷ ପରେ ଗୁଜରାଟର ନେତୃତ୍ବ ଛାଡ଼ି ପୁଣିଥରେ ମୁମ୍ବାଇ ଫେରିବା ପରେ ନିଜ ‘ଏକ୍ସ’ ହ୍ୟାଣ୍ଡେଲରେ ଏକ ଭାବପୂର୍ଣ୍ଣ ପୋଷ୍ଟ କରିଛନ୍ତି ପାଣ୍ଡ୍ୟା । ସେ ତାଙ୍କ ଆଇପିଏଲ୍‌ ଯାତ୍ରାର ଏକ ଭିଡିଓ ସେୟାର କରି ଏହାର କ୍ୟାପ୍ସନରେ ସେ ଲେଖିଛନ୍ତି, “ଏହା ଅନେକ ସୁନ୍ଦର ସ୍ମୃତି ଫେରାଇ ଆଣିଛି । ମୁମ୍ବାଇ… ୱାଙ୍ଖେଡେ… ପଲ୍ଟନ… ମୁମ୍ବାଇକୁ ଫେରି ଭଲ ଲାଗିଲା ।” ତେବେ ଏହି ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳୁଛି, ଆଇପିଏଲ୍‌ ୨୦୧୫ ପାଇଁ ପାଣ୍ଡ୍ୟାଙ୍କ ବେସ୍ ପ୍ରାଇସ୍ ମାତ୍ର ୧୦ ଲକ୍ଷ ଟଙ୍କା ଥିଲା । ଏହି ୧୦ ଲକ୍ଷରେ ତାଙ୍କୁ ମୁମ୍ବାଇ କିଣିଥିଲା । ହେଲେ ଏବେ ତାଙ୍କ ମୂଲ୍ୟ ୧୫ କୋଟି ଟଙ୍କାରେ ପହଞ୍ଚିଛି । ଅତଏବ ୧୦ ଲକ୍ଷ ଦେଇ ପାଣ୍ଡ୍ୟାଙ୍କୁ ଟିମରେ ସାମିଲ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ଏବେ ୧୫ କୋଟି ଦେଇ ପୁଣିଥରେ ପାଣ୍ଡ୍ୟାଙ୍କୁ ନିଜ ଦଳରେ ସାମିଲ କରିଛି ।

Tadant News
Author: Tadant News

Leave a Comment