Explore

Search
Close this search box.

Search

September 19, 2024 10:25 am

tadantnews
LATEST NEWS
Lifestyle

ଦୁଇ ଦିନର ବିରତି ପରେ ଆଜି ପୁଣି ବିଧାନସଭା ।

Facebook
Twitter
WhatsApp
Email

ଦୁଇ ଦିନର ବିରତି ପରେ ଆଜିଠୁ ପୁଣି ବିଧାନସଭା । ଆଗତ ହେବ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ । ଗୃହରେ ଏହା ଉପରେ ଆଲୋଚନା ହେବା ସହିତ ବିଧେୟକ ଆଗତ କରାଯିବ । ଗତ ୨୨ ତାରିଖରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୮ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଗତ କରିଥିଲେ । ବିଧାନସଭା ଆରମ୍ଭ ଦିନଠୁ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିଛି ।

ନିକଟରେ ଶାସକ ଦଳର ନେତା ବିରୋଧିଙ୍କୁ ଆକ୍ଷେପ କରି ଏପରି କିଛି କଥା କହିଥିଲେ ଯାହାକୁ ନେଇ ଗୃହ କମ୍ପିଥିଲା । କିନ୍ତୁ ପରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବର୍ଦଳୀୟ ବ÷ଠକରେ ଶାସକ ଦଳର ବିଧାୟକ ଯେଉଁ ଶବ୍ଦ କହିଥିଲେ ତାକୁ ବାଦ ଦିଆଯାଇଛି । ଏହାପରେ ଆଜିଠୁ ପୁଣି ବିଧାନସଭା ଆରମ୍ଭ ହେବାକୁ ଯାଉଛି । ଅନ୍ୟପଟେ ମୌସୁମୀ ଅଧିବେଶନ ଶେଷ ହେବାକୁ ଗୋଟିଏ ଦିନ ବାକି ଥିବାରୁ ଆଜି ଗୃହ ପୁଣିଥରେ କମ୍ପିବ ନା ସ୍ୱଭାବିକ ହେବ ତା ଉପରେ ସଭିଙ୍କ ନଜର ରହିଛି ।

Tadant News
Author: Tadant News

Leave a Comment