Explore

Search
Close this search box.

Search

September 19, 2024 10:25 am

tadantnews
LATEST NEWS
Lifestyle

ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ଅକ୍ଟୋବର ୪ରୁ ହେବ, ସୂଚୀ ଜାରି କଲା ମାଧ୍ୟମିକ ଶିକ୍ଷା ବୋର୍ଡ

Facebook
Twitter
WhatsApp
Email

ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଷାଣ୍ମାସିକ (ଅର୍ଦ୍ଧ ବାର୍ଷିକ) ପରୀକ୍ଷା ଅକ୍ଟୋବର ୪ ତାରିଖରୁ ହେବା ନେଇ ସୂଚୀ ଜାରି କଲା ମାଧ୍ୟମିକ ଶିକ୍ଷା ବୋର୍ଡ। ଦିନ ୧୦ଟାରୁ ୧୨ଟା ୩୦ ଯାଏ ପ୍ରଥମ ସିଟିଂ ରହିଥିବା ବେଳେ ଦିନ ସାଢ଼େ ୧ଟାରୁ ୪ଟା ଯାଏ ଦ୍ବିତୀୟ ସିଟିଂ ରଖାଯିବା ନେଇ ସମୟ ନିର୍ଘଣ୍ଟ ଜାରି ହୋଇଛି। ପରୀକ୍ଷାର ପ୍ରଥମ ଦିନ ପ୍ରଥମ ସିଟିଂରେ ଓଡ଼ିଆ ଭାଷା ପରୀକ୍ଷା ହେବ ଏବଂ ଦ୍ୱିତୀୟ ସିଟିଂରେ ଇଂରାଜୀ ପରୀକ୍ଷା ହେବା ନେଇ ସୂଚୀ ଜାରି ହୋଇଛି।

 

ଅକ୍ଟୋବର ୫ ତାରିଖରେ ଗଣିତ ପରୀକ୍ଷା, ୬ ତାରିଖରେ ବିଜ୍ଞାନ ପରୀକ୍ଷା ଏବଂ ୭ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ। ସେହିପରି ୭ ତାରିଖ ଦ୍ୱିତୀୟ ସିଟିଂରେ ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ ପରୀକ୍ଷା ହେବ। ସୂଚନାଥାଉକି, ଚଳିତ ମାସ ୧୩ରୁ ୧୬ ତାରିଖ ପର୍ୟ୍ୟନ୍ତ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ପୂର୍ବରୁ ସମୟ ନିର୍ଘଣ୍ଟ ଜାରି କରାଯାଇଥିଲା।

ଚଳିତ ଶିକ୍ଷାବର୍ଷର ସିଲାବସ୍‌ ଅନୁସାରେ ପାଠପଢ଼ା ଏଯାଏ ଶେଷ ହୋଇ ପାରିନଥିବାରୁ ରାଜ୍ୟରେ ୫ଲକ୍ଷରୁ ଅଧିକ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପରୀକ୍ଷାକୁ ନେଇ ମାନସିକ ଚାପରେ ରହିଥିଲେ। ପରୀକ୍ଷା ଘୁଞ୍ଚାଇବାକୁ ଓଷ୍ଟା ପକ୍ଷରୁ ମଧ୍ୟ ଦାବି ହେଉଥିଲା। ଏସବୁକୁ ଦୃଷ୍ଟିରେ ରଖି ବୋର୍ଡ କର୍ତ୍ତୃପକ୍ଷ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ଅକ୍ଟୋବରକୁ ଘୁଞ୍ଚାଇଛନ୍ତି।

Tadant News
Author: Tadant News

Leave a Comment