Explore

Search

December 24, 2024 12:59 am

tadantnews
LATEST NEWS
Lifestyle

ଆପଣଙ୍କ ଆର୍ଥିକ ସମସ୍ୟାର ପାଲଟିଯିବ : ପର୍ସରେ ଏହି ଜିନିଷ କେବେ ଏହି ଜିନିଷ ରଖନ୍ତୁ ନାହିଁ

Facebook
Twitter
WhatsApp
Email

ପ୍ରତ୍ୟେକ ବ୍ୟକ୍ତି ଧନୀ ହେବାକୁ ଚାହାଁନ୍ତି। ତଥାପି, କଠିନ ପରିଶ୍ରମ ଏବଂ ସମସ୍ତ ଚେଷ୍ଟା ପରେ ମଧ୍ୟ ସଫଳତା ମିଳେ ନାହିଁ। ବେଳେବେଳେ ଅର୍ଥର ଅଭାବ ଦେଖାଦେଇଥାଏ। ବାସ୍ତୁ ଅନୁଯାୟୀ, ଆମ ପର୍ସରେ ରଖାଯାଇଥିବା ଜିନିଷ ମଧ୍ୟ ଆର୍ଥିକ ସଙ୍କଟର କାରଣ ହୋଇପାରେ। ତେବେ ପର୍ସରେ ରଖାଯାଇଥିବା କେଉଁ ଜିନିଷ ଆପଣଙ୍କ ଆର୍ଥିକ ସମସ୍ୟା ସୃଷ୍ଟି କରିପାରେ ଆସନ୍ତୁ ଜାଣନ୍ତୁ।

 

ପର୍ସରେ ରଖନ୍ତୁନି ଏହି ଜିନିଷ :

ବାସ୍ତୁ ଅନୁଯାୟୀ, ପର୍ସରେ କେବେବି ଚାବି ରଖିବା ଉଚିତ ନୁହେଁ। ପର୍ସରେ ଚାବି ରଖିବା ଦ୍ୱାରା ଆର୍ଥିକ କ୍ଷତି ହୋଇଥାଏ। ଏଥିସହିତ ପ୍ରାୟତଃ ଲୋକମାନେ ଟଙ୍କାକୁ ନିଜ ପର୍ସରେ ଫୋଲ୍ଡ କରି ରଖନ୍ତି। ଏହା କରିବା ଉଚିତ୍‌ ନୁହେଁ । ପର୍ସରେ କୌଣସି ବିଲ୍-ରସିଦ କିମ୍ବା ଟିକେଟ୍ ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ଗୃହରେ ଆର୍ଥିକ ବିବାଦ ବଢିଥାଏ।

କରନ୍ତୁନି ଏପରି ଭୁଲ :

ବିଡି-ସିଗାରେଟ୍ ଏବଂ ଗୁଟଖା ଆପଣଙ୍କ ପର୍ସରେ ରଖିବା ଉଚିତ୍ ନୁହେଁ। ରାତିରେ ଶୋଇବା ସମୟରେ ମୁଣ୍ଡ ଉପରେ ପର୍ସ ରଖନ୍ତୁ ନାହିଁ। ଶୋଇବା ସମୟରେ ପର୍ସକୁ ନିଜ ଆଲମାରୀରେ ରଖନ୍ତୁ। ପର୍ସ ଚିରିବା କିମ୍ବା ଫାଟିଯିବା ପରେ ତୁରନ୍ତ ପର୍ସ ବଦଳାଇବା ଉଚିତ୍। ଏଥି ସହିତ, ଯଦି ଆପଣ କାହାକୁ ଋଣ କିମ୍ବା ଏହାର ସୁଧ ଦେବାରେ ଅଛି, ତେବେ ସେହି ରାଶିକୁ ପର୍ସରେ ରଖିବା ଉଚିତ୍ ନୁହେଁ। ଏହା ଦ୍ୱାରା ଋଣ ବୃଦ୍ଧି ହେବା ଏବଂ ଧନ ହାନୀ ହୋଇଥାଏ। ଏଥି ସହିତ, ପର୍ସରେ ନୋଟ୍ ଏବଂ ମୁଦ୍ରାକୁ ଏକାଠି ରଖିବା ଉଚିତ୍ ନୁହେଁ।

Tadant News
Author: Tadant News

Leave a Comment