Explore

Search
Close this search box.

Search

September 20, 2024 6:12 pm

tadantnews
LATEST NEWS
Lifestyle

ISRO ଦେଲା ବଡ଼ ଅପଡେଟ୍ :ଚନ୍ଦ୍ରଯାନ- ୩ ନଜରରେ ଦେଖନ୍ତୁ ଚନ୍ଦ୍ର

Facebook
Twitter
WhatsApp
Email

ହ୍ନର ଆସିଲା ନୂଆ ଫଟୋ । ସଫ୍ଟ ଲ୍ୟାଣ୍ଡିଂ ପୂର୍ବରୁ ଜହ୍ନର ଆସିଲା ନୂଆ ଫଟୋ । ଆଉ ଦିନକ ପରେ ଚନ୍ଦ୍ରରେ ପାଦ ଥାପିବ ଭାରତ । ଏହି ଐତିହାସିକ ମୂହୁର୍ତ୍ତ ପୂର୍ବରୁ ଚନ୍ଦ୍ରର ଆଉ କିଛି ଫଟୋ ପଠାଇଛି ଲ୍ୟାଣ୍ଡର । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ଏହି ଫଟୋ ଗୁଡିକୁ ସେୟାର କରାଯାଇଛି। ଲ୍ୟାଣ୍ଡର ହାଜାର୍ଡ ଡିଟେକସନ୍ ଆଭୋଏଡାନ୍ସ କ୍ୟାମେରା LHDAC ଜରିଆରେ ଏହି ଫଟୋ ଉଠାଯାଇଛି ।

ଏହି ଫଟୋ ଜରିଆରେ ଲ୍ୟାଣ୍ଡର କେଉଁ ସ୍ଥାନରେ ଓହ୍ଲାଇବ ତାହା ଚିହ୍ନଟ କରିବାରେ ସହାୟକ ହେବ । କେଉଁ ସୁରକ୍ଷିତ ସ୍ଥାନରେ ଲ୍ୟାଣ୍ଡର ଓହ୍ଲାଇବ ଏହା ସ୍ଥିର କରାଯିବ।

ଚନ୍ଦ୍ର ପୃଷ୍ଠରେ କୌଣସି ଗଭୀର ଗର୍ତ୍ତ କିମ୍ବା ବଡ଼ ବଡ଼ ପଥର ଥିବା ସ୍ଥାନରେ ଯେପରି ଲ୍ୟାଣ୍ଡିଂ ନକରି ସୁରକ୍ଷିତ ସ୍ଥାନରେ ଓହ୍ଲାଇ ପାରିବ ଏ ନେଇ ଏହି ଫଟୋ ଗୁଡିକର ସହାୟତା ନିଆଯାଉଛି। କେବଳ ଏତିକି ନୁହେଁ, ଲ୍ୟାଣ୍ଡର ପାଇଁ ଏଥର ପୂର୍ବାପେକ୍ଷା ବଡ଼ ଆକାରର ଲ୍ୟାଣ୍ଡିଂ ସାଇଟ୍ ଧାର୍ଯ୍ୟ କରାଯାଇଛି । ଏହାର ଦୈର୍ଘ୍ୟ ୪ କିଲୋମିଟର ଏବଂ ପ୍ରସ୍ଥ ୨.୪ କିଲୋମିଟର । ସଫ୍ଟଲ୍ୟାଣ୍ଡିଂ ସଫଳ ହେଲେ ଲ୍ୟାଣ୍ଡର୍ ଭିତରୁ ରୋଭରକୁ ବାହାର କରିବା ଏବଂ ସୁରକ୍ଷିତ ଭାବେ ଆଗାମୀ ୧୪ ଦିନ ପାଇଁ ଚନ୍ଦ୍ରପୃଷ୍ଠରେ ଗଡ଼ାଇ ବୈଜ୍ଞାନିକ ତଥ୍ୟ ହାସଲ କରିବା ବି ଇସ୍ରୋ ବୈଜ୍ଞାନିକଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ଅଭିଜ୍ଞତା ଆଣିବ।

Tadant News
Author: Tadant News

Leave a Comment