Explore

Search
Close this search box.

Search

September 20, 2024 10:00 pm

tadantnews
LATEST NEWS
Lifestyle

ଆଜିଠୁ କେଜି ପିଛା ୪୦ ଟଙ୍କାରେ ମିଳିବ ଟମାଟୋ

Facebook
Twitter
WhatsApp
Email

ଶସ୍ତା ହେଲା ଟମାଟୋ । ଦରବୃଦ୍ଧି ପାଇଁ ଖାଇବା ଥାଳିରୁ ଟମାଟୋ ହଜି ଯାଇଥିବା ବେଳେ ଜନତାଙ୍କୁ ଆଶ୍ୱସ୍ତି ଦେବେ ସରକାର । ଦେଶର ଅନେକ ସହରରେ ସରକାର ଶସ୍ତାରେ ଟମାଟୋ ବିକ୍ରି କରିବେ । ସରକାରୀ ସଂସ୍ଥା ନାଫେଡ୍ ଓ ଏନସିସିଏଫ୍ ବଜାର ଦର ଠାରୁ କମ୍ ଦାମରେ ଟମାଟୋ ବିକ୍ରି କରୁଛନ୍ତି । ଆଜି ରବିବାର ସରକାର ଟମାଟୋ ଦାମ କମାଇବା ସହ କେଜି ପିଛା ୪୦ ଟଙ୍କାରେ ବିକ୍ରି ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଦେଶରେ ଅନେକ ସ୍ଥାନରେ ବିଗତ ୨ ମାସ ହେଲା ଟମାଟୋ ଦର ୨ ଶହ ଟଙ୍କା ପାର୍ କରିଥିଲା । ସାଧାରଣ ଜନତାଙ୍କୁ ଶସ୍ତାରେ ଟମାଟୋ ବିକ୍ରି ଆରମ୍ଭ କରିଥିଲେ ସରକାର । ଦେଶବ୍ୟାପୀ ବିଭିନ୍ନ ସହରରେ ୧୫ ଲକ୍ଷ କିଲୋରୁ ଅଧିକ ଟମାଟୋ ସରକାର ବିକ୍ରି କରି ସାରିଲେଣି ।

ସରକାରୀ ଏଜେନ୍ସି ଦିଲ୍ଲୀ-ଏନସିଆର୍ ସମେତ ରାଜସ୍ଥାନର ଜୟପୁର, କୋଟା, ଉତ୍ତରପ୍ରଦେଶର ଲକ୍ଷ୍ନୌ, କାନପୁର, ପ୍ରୟାଗରାଜ, ବିହାରର ପାଟଣା ଓ ମୁଜାଫରପୁର, ଆରା, ବକ୍ସରରେ କମ୍ ଦାମରେ ଟମାଟୋ ବିକ୍ରି ହେଉଛି । ଏହି ଟମାଟୋକୁ ସରକାର ବିପୁଳ ମାତ୍ରାରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକର ମଣ୍ଡିରୁ କିଣୁଛନ୍ତି । ଦେଶରେ ଟମାଟୋ ଦର କମ୍ କରିବା ଲାଗି ସରକାର ନେପାଳରୁ ଆମଦାନୀ ଆରମ୍ଭ କରିଛନ୍ତି ।

ଏହା ପୂର୍ବରୁ ଅଗଷ୍ଟ ୧୩ରେ ଏନସିସିଏଫ୍ ଦେଥିବା ସୂଚନା ଅନୁସାରେ, ଏଜେନ୍ସି କେବଳ ଦିଲ୍ଲୀରେ ଦୁଇ ଦିନରେ ୭୧, ୫୦୦ କିଲୋରୁ ଅଧିକ ଟମାଟୋ ବିକ୍ରି କରିଥିଲା । ଅଗଷ୍ଟ ୧୨ରେ ୩୫ ହଜାର କେଜି ଓ ୧୩ରେ ୩୫ ହଜାର ୫୦୦ କେଜି ଟମାଟୋ ବିକ୍ରି କରିଥିଲା ଏନସିସିଏଫ୍ । ଗତ ସପ୍ତାହରେ ସରକାର କେଜି ପିଛା ୭୦ ଟଙ୍କାରେ ଟମାଟୋ ବିକ୍ରି କରିଥିଲେ ।

Tadant News
Author: Tadant News

Leave a Comment