Explore

Search
Close this search box.

Search

September 19, 2024 10:27 am

tadantnews
LATEST NEWS
Lifestyle

‘ମଧ୍ୟପ୍ରଦେଶ ରାଜନୀତି’, ସିନ୍ଧିଆଙ୍କୁ ପାଖକୁ ନେଇ ବଡ଼ ଝଟକା ଦେଲା ବିଜେପି !

Facebook
Twitter
WhatsApp
Email

ଚଳିତ ବର୍ଷ ଶେଷରେ ହେବାକୁ ଥିବା ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ମଧ୍ୟରେ ମଧ୍ୟପ୍ରଦେଶ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି। ୨୦୧୮ ମସିହା ନିର୍ବାଚନରେ ସେଠାରେ କଂଗ୍ରେସ ଜିତି ସରକାର ଗଢ଼ିଥିଲେ ମଧ୍ୟ ନିଜ ଦଳର ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଦ୍ରୋହ ଯୋଗୁ ସରକାର ଭାଙ୍ଗିଥିଲା।

ସିନ୍ଧିଆ ନିଜ ସମର୍ଥକ ମାନଙ୍କ ସହ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେବା ସହ କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇଛନ୍ତି।

କିନ୍ତୁ ଏ ଭିତରେ ନିର୍ବାଚନ ଆସନ୍ନ ହେଉଥିବାରୁ କିଛି ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି।

ସିନ୍ଧିଆଙ୍କ ସହ ବିଜେପିକୁ ଯାଇଥିବା କଂଗ୍ରେସ ନେତାମାନଙ୍କୁ ବିଜେପି ପକ୍ଷରୁ ଅଣଦେଖା କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଥିବା କୁହାଯାଉଛି। ଯାହାର ଉଦାହରଣ ମଧ୍ୟ ଦେଖିବାକୁ ମିଳିଛି।

ନିର୍ବାଚନ ତାରିଖ ଘୋଷଣା ପୁର୍ବରୁ ବିଜେପି ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ବିଜେପି ୩୯ ଟି ସିଟରେ ପ୍ରାର୍ଥୀ ଘୋଷଣା କରିଥିଲେ ମଧ୍ୟ ସିନ୍ଧିଆଙ୍କ ଗୋଷ୍ଠୀର ନେତାଙ୍କୁ ଟିକେଟ ମିଳିନାହିଁ।

ଭିଣ୍ଡ ଜିଲ୍ଲାର ଗୋହଦ ବିଧାନସଭା ସିଟରେ ସିନ୍ଧିଆଙ୍କ ସହ ବିଜେପିକୁ ଯାଇଥିବା ରଣବୀର ଜାଟଵଙ୍କୁ ଟିକେଟ ଦେଇନି ଦଳ। ସେହି ସିଟରୁ ଦଳ ପୂର୍ବତନ ମନ୍ତ୍ରୀ ଲାଲସିଂ ଆର୍ଯ୍ୟଙ୍କୁ ଟିକେଟ ଦେଇଛି।

ଯାହାକୁ ସିନ୍ଧିଆ ଗୋଷ୍ଠୀଙ୍କୁ ଝଟକା ବୋଲି କୁହାଯାଉଛି। ସିନ୍ଧିଆଙ୍କ ସହ ବିଜେପିକୁ ଆସିଥିବା ରଣବୀର ଉପନିର୍ବାଚନରେ ହାରିଯାଇଥିଲେ। ତେଣୁ ବିଜେପି ପୁଣିଥରେ ଲାଲସିଂଙ୍କ ଉପରେ ଭରସା କରିଛି।

୨୦୧୩ ରେ ଆର୍ଯ୍ୟ ଏହି ସିଟରେ ଜିତିବା ସହ ରାଜ୍ୟମନ୍ତ୍ରୀ ହୋଇଥିଲେ। ସିନ୍ଧିଆଙ୍କ ବିଜେପିରେ ଏଣ୍ଟ୍ରି ପରେ ବହୁ ବିଜେପି ନେତା ଅସନ୍ତୁଷ୍ଟ ହେବା ସହ କିଛି ନେତା ଦଳ ଛାଡି କଂଗ୍ରେସରେ ମିସିଛନ୍ତି।

ଏପରିକି ସିନ୍ଧିଆଙ୍କ ସହ ବିଜେପିକୁ ଯାଇଥିବା କିଛି କଂଗ୍ରେସ ନେତା ମଧ୍ୟ ପୁଣିଥରେ କଂଗ୍ରେସକୁ ଫେରୁଛନ୍ତି। ଏଭଳି ସ୍ଥିତିରେ ସିନ୍ଧିଆଙ୍କ ସମର୍ଥକଙ୍କୁ ଟିକେଟ ନ ମିଳିବା ପରେ ସିନ୍ଧିଆଙ୍କ ଅନ୍ୟ ସମର୍ଥକ ମାନଙ୍କ ମଧ୍ୟରେ ବିରୋଧାଭାସ ଆରମ୍ଭ ହୋଇଥିବା କୁହାଯାଉଛି।

ସେପଟେ ଅନ୍ୟ ଏକ ଘଟଣାକ୍ରମେ ଆମ ଆଦମୀ ପାର୍ଟି ନେତା ରାଜକୁମାରଙ୍କୁ ବିଜେପି ପ୍ରାର୍ଥୀ କରିଛି। ଗତ ଗୁରୁବାର ଯାଏ ଆପରେ ଥିବା ରାଜକୁମାର ହଠାତ ଦଳ ଛାଡିଥିଲେ। ତା ପରେ ଵାଲାଘାଟ ଜିଲ୍ଲାର ଲାଞ୍ଜି ସିଟ ପାଇଁ ବିଜେପି ପ୍ରାର୍ଥୀ ଭାବେ ତାଙ୍କ ନାଁ ଦେଖିବାକୁ ମିଳିଛି।

ରାତି ପାହିଲେ କେଜ୍ରିୱାଲଙ୍କ ମଧ୍ୟପ୍ରଦେଶ ଗସ୍ତ ରହିଛି। ସେଥିପାଇଁ ରାଜକୁମାର କେଜ୍ରିୱାଲ ଓ ଆପର ପ୍ରମୁଖ ନେତାଙ୍କ ଫଟୋ ସହ ନିଜ ଫଟୋର ପୋଷ୍ଟର ମାରିଥିଲେ। କିନ୍ତୁ ଏବେ ସେ ବିଜେପିର ପ୍ରାର୍ଥୀ। ଯାହାକୁ ନେଇ ରାଜନୀତି ଚଳଚଂଚଳ ହୋଇଛି।

Tadant News
Author: Tadant News

Leave a Comment