Explore

Search

December 24, 2024 12:39 am

tadantnews
LATEST NEWS
Lifestyle

ରୋଷେଇ ଘର ପାଖ ମାଡିବେନି ଜନ୍ଦା,ପିମ୍ପୁଡି : କରନ୍ତୁ ଏହି ଉପାୟ..

Facebook
Twitter
WhatsApp
Email

ରୋଷେଇ ଘର ପାଖ ମାଡିବେନି ଜନ୍ଦା,ପିମ୍ପୁଡି : କରନ୍ତୁ ଏହି ଉପାୟ..

ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ପାଇଁ ଆମେ ସମସ୍ତେ ବର୍ଷା ଦିନକୁ ଅପେକ୍ଷା କରି ରହିଥାନ୍ତି । କାରଣ ବର୍ଷା ହେଲେ ତାତିରୁ ତ୍ରାହି ମିଳିବା ସହିତ ଚାଷ କାର୍ଯ୍ୟ ସୁରୁଖୁରୁରେ ହୋଇଥାଏ । କିନ୍ତୁ ବର୍ଷା ଆସିବା ମାତ୍ରେ ଆମ ଘରକୁ ଅନେକ ଗୁଡିଏ ସମସ୍ୟା ମଧ୍ୟ ଆସିଥାଏ । ଯାହାକୁ କି ଅନେକ ଲୋକ ଅଣଦେଖା କରିଥାନ୍ତି ।

 

ବର୍ଷା ଦିନରେ ବିଭିନ୍ନ ପ୍ରକାରର କୀଟପତଙ୍ଗ ଯୋଗୁ ଅନେକ ସମସ୍ୟା ହୋଇଥାଏ । ବର୍ଷା ଦିନରେ ଜନ୍ଦା, ପିମ୍ପୁଡ଼ି ତଥା ମାଛି ଏବଂ ବିଷାକ୍ତ କୀଟଙ୍କ ଦୌରାତ୍ମ୍ୟ ବଢିଥାଏ । ସାମାନ୍ୟ ପାଣି ହେଲେ ଏମାନେ ଘର ସାରା ବ୍ୟାପିଥାନ୍ତି । ତଳ ଘର ହେଉ କିମ୍ବା ଉପର ଏମାନଙ୍କ ଦାଉରୁ ରକ୍ଷା ପାଇବା ମୁସ୍କିଲ । ବିଶେଷ କରି ରୋଷେଇ ଘରେ ଜନ୍ଦା ଓ ପିମ୍ପୁଡିଙ୍କ ଦୌରାତ୍ମ୍ୟ ବଢେ । କେତେବେଳେ ରୋଷେଇ ଘର ତ କେତେବେଳେ ଆପଣଙ୍କ ଖାଦ୍ୟପଦାର୍ଥରୁ ଜନ୍ଦା ଓ ପିମ୍ପୁଡି ବାହାରିଥାନ୍ତି । ଏପରିକି ଏମାନେ କାମୁଡିବା ଫଳରେ ଭୀଷଣ ଯନ୍ତ୍ରଣା ମଧ୍ୟ ହୋଇଥାଏ । ଅବଶ୍ୟ ଏମାନେ ବିଷାକ୍ତ ହୋଇନଥାନ୍ତି କିନ୍ତୁ ଦୀର୍ଘ ସମୟ ଧରି ଯନ୍ତ୍ରଣା ହୋଇଥାଏ ।

ତେବେ ଜନ୍ଦା ଏବଂ ପିମ୍ପୁଡିଙ୍କ ଦାଉରୁ ରକ୍ଷା ପାଇବା ପାଇଁ ରହିଛି କିଛି ଘରୋଇ ଉପାୟ । ଯାହାକୁ ଆପଣାଇଲେ ନିମିଷକରେ ଆପଣଙ୍କର ସମସ୍ୟା ଦୂର ହେବ। ପାଉଡର ଚିନି ଏବଂ ବେକିଂ ସୋଢା ପ୍ରାୟତଃ ସମସ୍ତଙ୍କ ରୋଷେଇ ଘରେ ସହଜରେ ଥାଏ । ଜନ୍ଦା ପିମ୍ପୁଡିଙ୍କ ଦାଉରୁ ରକ୍ଷା ପାଇବା ପାଇଁ କିଛି ପରିମାଣର ଚିନି ଗୁଣ୍ଡ କରି ସେଥିରେ ବେକିଂ ସୋଢା ମିଶାଇ ପିମ୍ପୁଡି ଆସୁଥିବା ସ୍ଥାନରେ ପକାଇଲେ ତାହା ସମ୍ପୂର୍ଣ୍ଣ ଭାବେ ଦୂର ହୋଇଯିବ । ଯଦି ପିମ୍ପୁଡ଼ି ବହୁ ସଂଖ୍ୟାରେ ଆସୁଥାନ୍ତି ତେବେ ଏହାକୁ ପେଷ୍ଟ କରି ସେହି ସ୍ଥାନରେ ଲଗାନ୍ତୁ ।

ଏହା ଦ୍ଵାରା ଜନ୍ଦା, ପିମ୍ପୁଡି ଓ କଳା ଜନ୍ଦା ସମ୍ପୂର୍ଣ୍ଣ ଭାବେ ଦୂରେଇ ଯିବେ । କେବଳ ରୋଷେଇ ଘର ନୁହେଁ ଘର ବାହାରେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ । ଏପରି କରିବା ଦ୍ଵାରା ଦୀର୍ଘ ଦିନ ପର୍ଯ୍ୟନ୍ତ ଜନ୍ଦା ଓ ପିମ୍ପୁଡିଙ୍କ ଦାଉରୁ ରକ୍ଷା ମିଳିପାରିବ ।

Tadant News
Author: Tadant News

Leave a Comment