Explore

Search
Close this search box.

Search

September 19, 2024 10:26 am

tadantnews
LATEST NEWS
Lifestyle

ଅଲିମ୍ପିଆନ ଦୂତି ଚାନ୍ଦଙ୍କୁ ଶକ୍ତ ଧକ୍କା, ଉଭୟ ଡୋପ ଟେଷ୍ଟରେ ହୋଇଛନ୍ତି ବିଫଳ: ୨୦୨୭ ଜାନୁଆରୀ ଯାଏ ଦୌଡ଼ି ପାରିବେନି ଦୌଡ଼ରାଣୀ

Facebook
Twitter
WhatsApp
Email

ଅଲିମ୍ପିଆନ ଦୂତି ଚାନ୍ଦଙ୍କୁ ଶକ୍ତ ଧକ୍କା, ଉଭୟ ଡୋପ ଟେଷ୍ଟରେ ହୋଇଛନ୍ତି ବିଫଳ: ୨୦୨୭ ଜାନୁଆରୀ ଯାଏ ଦୌଡ଼ି ପାରିବେନି ଦୌଡ଼ରାଣୀ

ଅଲିମ୍ପିଆନ ଦୂତି ଚାନ୍ଦଙ୍କୁ ଲାଗିଛି ଶକ୍ତ ଧକ୍କା । ଡୋପ ଟେଷ୍ଟ ମାମଲାରେ ବିଫଳ ହୋଇ ଶେଷରେ ସେ ୪ ବର୍ଷ ବାସନ୍ଦ ହୋଇଛନ୍ତି । ଦଣ୍ଡାଦେଶ ଚଳିତ ବର୍ଷ ଜାନୁଆରୀ ୩ ତାରିଖରୁ ଲାଗୁ ହୋଇଛି । ତେଣୁ ସେ ୨୦୨୭ ଜାନୁଆରୀ ମାସ ପର୍ଯ୍ୟନ୍ତ କୌଣସି ରାଜ୍ୟ, ଜାତୀୟ କିମ୍ବା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଦୌଡ଼ି ପାରିବେ ନାହିଁ ।ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଜାତୀୟ ଡୋପ ନିରୋଧି ସଂସ୍ଥା (ନାଡା)ର ଶୃଙ୍ଖଳା କମିଟି (ଏଡିଡିପି) ଉଭୟ ଟେଷ୍ଟ ରିପୋର୍ଟକୁ ମୂଲ୍ୟାୟନ ଓ ବିଶ୍ଳେଷଣ କରିବା ପରେ ଏହି ନିଷ୍ପତ୍ତି ଗ୍ରହଣ କରିଥିଲା । ଦୂତି ନାଡାର ଆଚାର ସଂହିତା ଧାରା ୨.୧ ଓ ୨.୨ ଉଲ୍ଲଂଘନ କରିଛନ୍ତି । ତାଙ୍କୁ ନାଡାର ଦଣ୍ଡବିଧାନ ଧାରା ୧୦.୨.୧.୧ରେ ଦଣ୍ଡିତ କରାଯାଇଛି । କିନ୍ତୁ ଉଦ୍ଦେଶ୍ୟମୂଳକ ଭାବେ କୌଣସି ନିଷିଦ୍ଧ ଔଷଧ ସେବନ କରିନଥିବା ଦୂତି ଶୃଙ୍ଖଳା କମିଟି ଆଗରେ କହିଥିଲେ । ହେଲେ ତାଙ୍କ ଉତ୍ତରରେ କମିଟି ସଂପୂର୍ଣ୍ଣ ସନ୍ତୋଷ ପ୍ରକାଶ କରିନଥିଲା ।୨୭ ବର୍ଷୀୟ ଦୂତିଙ୍କ କ୍ୟାରିୟରର ହୁଏତ ଆଉ ୨/୩ ବର୍ଷ ବାକି ରହିଥିଲା । ପୂର୍ବରୁ ସେ ଅବସର ସଂପର୍କରେ ସୂଚନା ବି ଦେଇ ସାରିଥିଲେ । ତେଣୁ ବାସନ୍ଦାଦେଶ ପୂରଣ ହେବା ବେଳକୁ ତାଙ୍କୁ ୩୧ ବର୍ଷ ହୋଇ ସାରିଥିବ । ଏହାପରେ ପୁଣି ଟ୍ରାକ୍‌କୁ ଫେରିବା ଏବଂ ସଫଳତା ହାସଲ କରିବା ହୁଏତ ତାଙ୍କ ପକ୍ଷେ ସମ୍ଭବ ହୋଇନପାରେ । ଦୂତିଙ୍କ ଉଭୟ ନମୂନାର ରିପୋର୍ଟ ପୋଜିଟିଭ ଆସିଥିଲା ଏବଂ ସେଥିରେ ନିଷିଦ୍ଧ ସିଲେକ୍‌ଟିଭ ଆଣ୍ଡ୍ରୋଜେନ ରିସେପଟର ମଡ୍ୟୁଲାଟର୍ସ (ଏସ୍‌ଏଆରଏମ୍‌ଏସ) ମିଳିଥିଲା । ଯାହା ଅନ୍ତର୍ଜାତୀୟ ଡୋପ୍‌ ନିରୋଧି ସଂସ୍ଥା (ୱାଡା) ଦ୍ୱାରା ସଂପୂର୍ଣ୍ଣ ନିଷିଦ୍ଧ ଅଟେ ।

ଦୂତିଙ୍କ ପ୍ରଥମ ନମୂନା ରିପୋର୍ଟରେ ଆଣ୍ଡାରିନ, ଓଷ୍ଟାରିନ ଓ ଲିଗାନଡ୍ରୋଲ ମିଳିଥିଲା । ଠିକ୍‌ ସେମିତି ଦ୍ୱିତୀୟ ନମୂନାରୁ ଆଣ୍ଡାରିନ ଓ ଓଷ୍ଟାରିନ ମିଳିଥିଲା । ଏହି ସବୁ ଏସ୍‌ଏଆରଏମ୍‌ଏସର ଅଂଶ ବିଶେଷ । ସାଧାରଣତଃ ଏସ୍‌ଏଆରଏମ୍‌ଏସ୍‌ ମାଂସପେଶୀ ଏବଂ ହାଡ଼ରେ ଟିସୁ ବୃଦ୍ଧିରେ ସହାୟକ ହୋଇଥାଏ ।

ଦୂତିଙ୍କ ଠାରୁ ୨୦୨୨ ଡିସେମ୍ବର ୫ ଓ ୨୬ ତାରିଖରେ ଦୁଇ ଥର ଭୁବନେଶ୍ୱରରେ ନମୂନା ସଂଗ୍ରହ କରାଯାଇଥିଲା । ପ୍ରଥମେ ପୋଜିଟିଭ ରିପୋର୍ଟ ଆସିବା ପରେ ତାଙ୍କୁ ନାଡା ଅସ୍ଥାୟୀ ବାସନ୍ଦ କରିଥିଲା । କିନ୍ତୁ ଏହି ରିପୋର୍ଟର ନୋଟିସ ପାଇବାର ସାତ ଦିନ ମଧ୍ୟରେ ବି’ ନମୂନାର ପରୀକ୍ଷା କରିବାର ସୁଯୋଗ ଦୂତିଙ୍କ ପାଖରେ ରହିଥିଲା ।କିନ୍ତୁ ସେ ଏ ପରୀକ୍ଷା କରାଇ ନଥିଲେ । ଦଣ୍ଡାଦେଶ ଘୋଷଣା ହେବାର ୨୧ ଦିନ ମଧ୍ୟରେ ଦୂତି ଡୋପ ନିରୋଧି ଆବେଦନ କମିଟି (ଏଡିଏପି) ନିକଟରେ ନିଜ ଦଣ୍ଡାଦେଶର ପୁନଃ ବିଚାର ପାଇଁ ଆବେଦନ କରିପାରିବେ ।

Tadant News
Author: Tadant News

Leave a Comment