Explore

Search
Close this search box.

Search

September 19, 2024 10:26 am

tadantnews
LATEST NEWS
Lifestyle

ବାହାନଗା ଟ୍ରେନ୍ ଦୁର୍ଘଟଣା : ଆସିଲା 29 DNA ରିପୋର୍ଟ, ଆଜି ହେବ ମୃତଦେହ ହସ୍ତାନ୍ତର |

Facebook
Twitter
WhatsApp
Email

 

Odisha

oi-Tanmaya Guin

|

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାର ପ୍ରାୟ ଏକ ମାସ ପରେ ଆସିଛି 29 ମୃତଦେହର DNA ରିପୋର୍ଟ । ଏହା ପରେ ଆଜି ସେମାନଙ୍କ ପରିବାରର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ । ରିପୋର୍ଟ ଆସିଥିବା 29 ମୃତକଙ୍କ ପରିବାର ଲୋକଙ୍କୁ ଭୁବନେଶ୍ୱର ଏମ୍ସ କୁ ଡକାଯାଇଛି ।

ସମସ୍ତ ମୃତଦେହକୁ ନେବା ପାଇଁ ମାଗଣା ଆମ୍ବୁଲାନ୍ସ ଯୋଗାଇ ଦେବେ ରାଜ୍ୟ ସରକାର । ମୃତକଙ୍କ ପରିବାର ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ମାଗଣା ଆମ୍ବୁଲାନ୍ସ ନେଇପାରିବେ । ଏ ନେଇ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।

bahanaga death

ଚିହ୍ନଟ ହୋଇଥିବା 29 ମୃତଦେହ ମଧ୍ୟରୁ ଜଣେ ମୟୂରଭଞ୍ଜର ହୋଇଥିବା ବେଳେ ଅନ୍ୟଗୁଡିକ ବିହାର ଓ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି ।

ସୂଚନା ଥାଉକି, ଜୁନ୍ 29 ସୁଦ୍ଧା ଦୁର୍ଘଟଣାରେ ମୋଟ 293 ଯାତ୍ରୀଙ୍କର ମୃତ୍ୟୁ ହୋଇଛି । କିଛି ମୃତଦେହକୁ ଚିହ୍ନଟ କରାଯାଇ ପରିବାରକୁ ହସ୍ତାନ୍ତର କରାଯିବା ସହିତ କ୍ଷିତପୂରଣ ଦିଆଯାଇଥିବା ବେଳେ ବାକି ଶବର ଚିହ୍ନଟ ଚାଲିଛି । ବର୍ତ୍ତମାନ ସୁଦ୍ଧା ଏମ୍ସରେ ଚିହ୍ନଟ ହୋଇ ନଥିବା 81 ମୃତ ଦେହ ଥିବା ବେଳେ ଆଜି 29 ଶବକୁ ହସ୍ତାନ୍ତର କରାଯିବ ।

ଅନ୍ୟ ମୃତକଙ୍କ DNA ରିପୋର୍ଟ ଆସିବା ପରେ ସେଗଦୁଡିକୁ ମଧ୍ୟ ହସ୍ତାନ୍ତର କରାଯିବ ।

ଆମକୁ ଫୋଲୋ କରନ୍ତୁ

English summary

Bahanaga Train Accident : 29 Dead Bodies Identified Over DNA Report

Story first published: Friday, June 30, 2023, 11:21 [IST]

 

Tadant News
Author: Tadant News

Leave a Comment