Explore

Search
Close this search box.

Search

September 19, 2024 10:26 am

tadantnews
LATEST NEWS
Lifestyle

ହୀରାକୁଦରେ ବଢୁଛି ଜଳସ୍ତର, ସବୁ ଗେଟ୍ ଖୋଲିଦେଲା କଲମା ବ୍ୟାରେଜ୍ |

Facebook
Twitter
WhatsApp
Email

 

Odisha

oi-Tanmaya Guin

|

ଭୁବନେଶ୍ୱର: ଉପର ମୁଣ୍ଡରେ ବର୍ଷା ପରେ ସହଜରେ ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ଏହି ସମୟରେ ଛତିଶଗଡ଼ କଲମା ବ୍ୟାରେଜ ସମସ୍ତ ଗେଟ୍ ଖୋଲିଦେବାରୁ ହୀରାକୁଦରେ ବର୍ଷାପାଣି ପ୍ରବେଶ କରିଛି ।

Hirakud dam

ବର୍ଷା ଜଳ ଅଧିକ ହେବାରୁ ସମ୍ଭାଳି ନପାରି ଏହାର ସମସ୍ତ 66 ଟି ଗେଟ୍ ଖୋଲିଦେଇଛି ଛତିଶଗଡ଼ କଲମା ବ୍ୟାରେଜ । ଫଳରେ ହୀରାକୁଦରେ ବର୍ଷା ପାଣି ପଶିବା ଆରମ୍ଭ ହୋଇଛି । ଏହା ପରେ ହୀରାକୁଦର ଜଳସ୍ତର ବୃଦ୍ଧି ପାଉଛି ।

ସୂଚନା ଅନୁଯାୟୀ, ଦିନ 12 ଟା ସୁଦ୍ଧା ହୀରାକୁଦ ଜଳସ୍ତର 603.67 ଫୁଟ୍ ରହିଛି । ଏବେ ହୀରାକୁଦ ଜଳଭଣ୍ଡାରକୁ 79 ହଜାର 262 କ୍ୟୁସେକ୍ ଜଳ ପ୍ରବେଶ କରୁଛି । ସେହିଭଳି 29 ହଜାର 772 କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

ହୀରାକୁଦ ଜଳଭଣ୍ଡାରର ମୋଟ ଜଳ ଧାରଣ କ୍ଷମତା 630 ଫୁଟ ରହିଛି । ଉପରମୁଣ୍ଡରେ ଯଦି ଏଭଳି ଲଗାତାର ବର୍ଷା ହୁଏ, ତେବେ ଖୁବ ଶୀଘ୍ର ହୀରାକୁଦ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ଛାଡ଼ିବ ।

ଆମକୁ ଫୋଲୋ କରନ୍ତୁ

English summary

Water Level in Hirakud Dam Increasing, Chhattisgarh Kalma barrage Opens It’s 66 Gates

Story first published: Friday, June 30, 2023, 14:25 [IST]

 

Tadant News
Author: Tadant News

Leave a Comment