Explore

Search

December 23, 2024 4:38 pm

tadantnews
LATEST NEWS
Lifestyle

ଧୋଇଗଲା ଧବଳେଶ୍ୱର ଅସ୍ଥାୟୀ ରାସ୍ତା, ଦର୍ଶନରୁ ବଞ୍ଚିତ ହେଉଛନ୍ତି ଶ୍ରଦ୍ଧାଳୁ |

Facebook
Twitter
WhatsApp
Email

 

Odisha

oi-Tanmaya Guin

|

କଟକ : ଝୁଲା ପୋଲ ଦୁର୍ବଳ ହେବା ପରେ ଧବଳେଶ୍ୱର ଯିବାକୁ ହୋଇଥିବା ଅସ୍ଥାୟୀ ରାସ୍ତା ଧୋଇଯାଇଛି । ମହାନଦୀରେ ପାଣି ଆସିବାରୁ ଏଭଳି ପରିସ୍ଥିତି ଉପୁଜିଛି । ଫଳରେ ବାବା ଧବଳେଶ୍ୱରଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ । ଝୁଲାପୋଲ ବନ୍ଦ ଥିବାରୁ ଅସ୍ଥାୟୀ ରାସ୍ତାରେ ଭକ୍ତମାନେ ଯାତାୟତ କରୁଥିଲେ ।

Dhabaleswar temple

ଏହି ଅସ୍ଥାୟୀ ରାସ୍ତା ମଞ୍ଚେଶ୍ୱର ନଦୀ ଘାଟରୁ ପାଇକରାପୁର ପଠା ଏବଂ ସେଠାରୁ ଧବଳେଶ୍ୱର ପଠାକୁ ସଂଯୋଗ କରୁଥିଲା । ଶ୍ରଦ୍ଧାଳୁ ମାନେ ଏହି ରାସ୍ତା ଦେଇ ବାବା ଧବଳେଶ୍ୱରଙ୍କର ଦର୍ଶନ କରୁଥିଲେ ।

ଝୁଲାପୋଲ ଅସୁରକ୍ଷିତ ଦର୍ଶାଇ ନଭେମ୍ବର ପହିଲାରୁ ଏହାକୁ ବନ୍ଦ ରଖାଯାଇଛି । 2006 ମସିହାରେ ନିର୍ମିତ ହୋଇଥିବା ଏହି ପୋଲରେ ଫାଟ ସୃଷ୍ଟି ହୋଇଥିଲା । ପୋଲକୁ ଷ୍ଟେ’ ଦିଆଯାଇଥିବା 12ଟି ଟଣକାରେ ମଧ୍ୟ ଫାଟ ଦେଖାଯାଇଥିଲା । ଏହାର ମରାମତି ପାଇଁ ଝୁଲାପୋଲରେ ଯିବାକୁ ବାରଣ କରାଯାଇଥିଲା । ଏହାସହ ଡଙ୍ଗାରେ ଧବଳେଶ୍ୱରଙ୍କ ଦର୍ଶନ କରିବାକୁ ଯିବାକୁ ଭକ୍ତଙ୍କୁ ବାରଣ କରାଯାଇଥିଲା ।

ଆଗକୁ ଶ୍ରାବଣ ମାସ ଓ ବର୍ଷା ଋତୁ ଆସୁଥିବା ବେଳେ ଶ୍ରଦ୍ଧାଳୁ ମନ୍ଦିରକୁ କେଉଁ ବାଟେ ଯିବେ, ତାହାକୁ ନେଇ ଚିନ୍ତା ବଢୁଛି । ଝୁଲା ପୋଲ ମରାମତି ହେଉନି କି ପୀଠକୁ ସଂଯୋଗ କରିବା ପାଇଁ ନିର୍ମାଣ ଚାଲିଥିବା ପୋଲର କାମ ବି ସରୁନି । ଗଲା ମାର୍ଚ୍ଚ ମାସ ସୁଦ୍ଧା କଂକ୍ରିଟ ପୋଲ କାମ ସରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ବାସ୍ତବରେ ଏବେ ବି ପୋଲ କାମ ସରିବାକୁ ନେଇ ଅନିଶ୍ଚିତତା ଲାଗି ରହିଛି ।

ଆମକୁ ଫୋଲୋ କରନ୍ତୁ

English summary

Temporary Road To Dhabaleswar Temple Shrines Away In Mahanadi Water

Story first published: Friday, June 30, 2023, 10:44 [IST]

 

Tadant News
Author: Tadant News

Leave a Comment