Explore

Search

December 23, 2024 3:49 pm

tadantnews
LATEST NEWS
Lifestyle

୨୪ରେ ଓଡ଼ିଶା ଉପକୂଳ ଛୁଇଁବ ବାତ୍ୟା ! ଏଇଠି କରିବ ଲ୍ୟାଣ୍ଡଫଲ

Facebook
Twitter
WhatsApp
Email

ପାଣିପାଗକୁ ନେଇ ବଡ ଖବର । ରାଜ୍ୟରେ ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ ଖବର । ଭାରତୀୟ ପାଣିପାଗ ବିଭାଗ ବା IMD ପକ୍ଷରୁ ବାତ୍ୟା ନେଇ ବଡ ଆକଳନ କରାଯାଇଛି ବଙ୍ଗୋପ ସାଗରରେ ଦାନା ବାନ୍ଧୁଛି ସମ୍ଭାବ୍ୟ ବାତ୍ୟା । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବଙ୍ଗୋପ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।ଯାହାକି କ୍ରମଶଃ ଲଘୁଚାପରେ ପରିଣତ ହେବ ।ଅକ୍ଟୋବର ୨୧ ତାରିଖରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ । ୨୩ ତାରିଖରେ ତାହା ଅବପାତ ଏବଂ ପରେ ପରେ ବାତ୍ୟାର ରୂପ ନେବାର ଯଥେଷ୍ଟ ସମ୍ଭାବନା ରହିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟା ହେବାର ସମ୍ଭାବନା ୬୮ ରୁ ୧୦୦ ପ୍ରତିଶତ ରହିଛି । ଅର୍ଥାତ ବାତ୍ୟା ସମ୍ଭାବନା ଅଧିକ ରହିଛି । କିନ୍ତୁ ପରବର୍ତ୍ତୀ ସମୟରେ ବାତ୍ୟାର ରୂପରେଖ ଜଣାପଡିବ । ଲଘୁଚାପ ପ୍ରଭାବରେ ୨୩ରୁ ବର୍ଷାର ପରିମାଣ ବଢିବ। ୨୩, ୨୪, ୨୫ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ହେବ। ୨୩ ରେ ଉପକୂଳବର୍ତୀ ଜିଲ୍ଲା ଗୁଡ଼ିକରେ ହାଲୁକା ମଧ୍ୟମ ବର୍ଷା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୪ ଓ ୨୫ ତାରିଖରେ ଅନେକ ସ୍ଥାନରେ ବର୍ଷା ହେବ। ଏବେ ସୁଦ୍ଧା ବାତ୍ୟା ଆକଳନ ହୋଇନାହିଁ। ଲଘୁଚାପ ସୃଷ୍ଟି ପରେ ଚିତ୍ର ସ୍ପଷ୍ଟ ହେବ କହିଛି ପାଣିପାଗ ବିଭାଗ ।କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ବାତ୍ୟାକୁ ନେଇ ବଡ଼ ଖବର । ବାୟୁମଣ୍ଡଳର ଉପରି ଭାଗରେ ୫.୮ କିମି ପର୍ଯ୍ୟନ୍ତ ବ୍ୟାପ୍ତ ହୋଇଛି । ପ୍ରଭାବରେ ଆସନ୍ତା ୨୧ ରେ ଲଘୁଚାପ କ୍ଷେତ୍ର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରେ ସୃଷ୍ଟି ହେବ ।ଏହା କ୍ରମଶଃ ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୩ ସୁଦ୍ଧା ଅବପାତର ରୂପ ନେବ । ଏହି ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୫.୮ କିମି ପର୍ଯ୍ୟନ୍ତ ବ୍ୟାପ୍ତ ହୋଇ ରହିଛି । ଯଦି ବାତ୍ୟା ହୁଏ, ତେବେ ତାର ନାଁ ହେବ ‘ଦାନା’ ।

ତେବେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି, କହିଛନ୍ତି ଏବେ ସୁଦ୍ଧା ବାତ୍ୟା ନେଇ କୌଣସି ଆକଳନ କରାଯାଇ ନାହିଁ । ଲଘୁଚାପ ପ୍ରଭାବରେ ୨୩ରୁ ବର୍ଷାର ପରିମାଣ ବଢିବ। ୨୩, ୨୪ ଓ ୨୫ରେ ରାଜ୍ୟରେ ବର୍ଷା ହେବ ।୨୩ ରେ ଉପକୂଳବର୍ତୀ ଜିଲ୍ଲା ଗୁଡ଼ିକରେ ହାଲୁକା ମଧ୍ୟମ ବର୍ଷା ସହ କିଛି ସ୍ଥାନରେ ଭାରି ବର୍ଷା ହେବ । ୨୪ ଓ ୨୫ ଅନେକ ସ୍ଥାନରେ ବର୍ଷା ହେବ । ସମୁଦ୍ର ଅଶାନ୍ତ ରହିବା ଯୋଗୁଁ ମତ୍ସ୍ୟଜୀବୀଙ୍କୁ ୨୧ରୁ ୨୫ ଯାଏଁ ଗଭୀର ସମୁଦ୍ର ଯିବାକୁ ବାରଣ କରାଯାଇଛି ।

କାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରେ ଲଘୁଚାପ ସୃଷ୍ଟି ହେବ। ଏହା କ୍ରମଶଃ ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୩ ସୁଦ୍ଧା ଅବପାତର ରୂପ ନେବ। ଆଇଏମଡି ଦ୍ବାରା ବାତ୍ୟାକୁ ନେଇ ଏକ ସାଇକ୍ଲୋଜେନେସିସ୍‌ ମ୍ୟାପ ଜାରି କରାଯାଇଛି । ଏହି ଗ୍ରାଫିକାଲ ମଡେଲ ଅନୁଯାୟୀ ବାତ୍ୟାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି । ଏଥିରେ ବାତ୍ୟା ସମ୍ଭାବନା ୬୮ରୁ ୧୦୦ ପ୍ରତିଶତ ବୋଲି କୁହାଯାଉଛି ।ଅର୍ଥାତ୍ ଘୂର୍ଣ୍ଣିବଳୟ, ଗଭୀର ଅବପାତ ବା ତାଠାରୁ ଅଧିକ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ର ରୂପ ନେବା ସମ୍ଭାବନା ଅଧିକ। ସବୁଠାରୁ ବଡ଼ କଥା ହେଉଛି ଏହା ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବାର ସମ୍ଭାବନା ଯଥେଷ୍ଟ ଅଧିକ ଥିବା ଏହି ମଡେଲ କହୁଛି। ୨୪ରୁ ୨୫ ତାରିଖ ମଧ୍ୟରେ ଏହା ଓଡ଼ିଶା ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ସେପଟେ ବାତ୍ୟାକୁ ନେଇ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରିଛନ୍ତି । ୟୁରୋପିଆନ ମଡେଲ ECMWFର ଆକଳନ ଅନୁସାରେ ଘୂର୍ଣ୍ଣିବଳୟ, ଉତ୍ତର-ପଶ୍ଚିମ ଦିଗରେ ଗତି କରି ବାତ୍ୟା କିମ୍ବା ଭୀଷଣ ବାତ୍ୟାର ରୂପ ନେଇପାରେ ।ଏହାପରେ ଏହି ସିଷ୍ଟମ ୨୪ ତାରିଖରେ ଓଡ଼ିଶାର ଗୋପାଳପୁରଠାରୁ ପୁରୀ ମଧ୍ୟରେ ଉପକୂଳ ଅତିକ୍ରମ କରିପାରେ । ସେହିପରି ଆମେରିକୀୟ ସଂସ୍ଥା ଗ୍ଲୋବାଲ ଫୋରକାଷ୍ଟିଂ ସିଷ୍ଟମ- GFSର ଆକଳନ ଅନୁସାରେ ଘୂର୍ଣ୍ଣିବଳୟ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରି ଭୀଷଣ ବାତ୍ୟା ବା ଅତି ଭୀଷଣ ବାତ୍ୟାର ରୂପ ନେଇପାରେ । ପରେ ଏହା ୨୪ ତାରିଖରେ ପଶ୍ଚିମବଙ୍ଗ ନିକଟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ସେପଟେ ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ଏବେ ସୁଧା ବାତ୍ୟା ପାଇଁ ସମୁଦ୍ରରେ ପରିବେଶ ସଂପୂର୍ଣ୍ଣ ଅନୁକୂଳ ରହିଛି। ଅକ୍ଟୋବରରେ ସୃଷ୍ଟି ହେଉଥିବା ଏଭଳି ସିଷ୍ଟମ ସବୁବେଳେ ଓଡ଼ିଶାକୁ ଭଲ ବର୍ଷା ଆଣିଥାଏ। ଏହି ସିଷ୍ଟମ ମଧ୍ୟ ଭଲ ବର୍ଷା କରାଇବ। ବାତ୍ୟା ସମ୍ଭାବନା ଯଥେଷ୍ଟ ଅଧିକ ରହିଥିବା ବେଳେ କେଉଁ ଉପକୂଳ ଅତିକ୍ରମ କରିବ ତାହା ଦିନେ ଦୁଇ ଦିନ ପରେ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।

 

Tadant News
Author: Tadant News

Leave a Comment